ଓଡିଶା

odisha

By

Published : Sep 8, 2021, 12:16 PM IST

ETV Bharat / bharat

ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଘର ଉପରେ ବୋମାମାଡ

ପଶ୍ଚିମବଙ୍ଗ ବିଜେପି ସାଂସଦ ଅର୍ଜୁନ ସିଂହଙ୍କର ଉତ୍ତର 24 ପ୍ରଗଣାରେ ଥିବା ବାସଭବନ ବାହାରେ ତିନୋଟି ବୋମାମାଡ କରାଯାଇଛି । ଘର ବାହାରେ ସୁରକ୍ଷାକର୍ମୀ ମୁତୟନ ସତ୍ତ୍ବେ ଏହି ଆକ୍ରମଣ ନେଇ ଅନେକ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ...

ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଘରକୁ ବୋମାମାଡ
ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଘରକୁ ବୋମାମାଡ

କୋଲକାତା: ବିଜେପି ସାଂସଦଙ୍କ ଘର ଉପରକୁ ବୋମାମାଡ । ପଶ୍ଚିମବଙ୍ଗ ବିଜେପି ସାଂସଦ ଅର୍ଜୁନ ସିଂହଙ୍କର ଉତ୍ତର 24ପ୍ରଗଣାରେ ଥିବା ବାସଭବନ ବାହାରେ ତିନୋଟି ବୋମା ମାଡ ହୋଇଛି । ଘର ବାହାରେ ସୁରକ୍ଷାକର୍ମୀ ମୁତୟନ ପରେ ବି ଏହି ଆକ୍ରମଣ ନେଇ ଅନେକ ପ୍ରଶ୍ନ ଉଠିଛି ।

ସାଂସଦଙ୍କ ଘର ଉପରକୁ ବୋମାମାଡ ଘଟଣାକୁ ବିଜେପି ତୀବ୍ର ନିନ୍ଦା କରିଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଏହି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି । ସାଂସଦଙ୍କ ଘର ଉପରକୁ ଏହି ବୋମାମାଡ କିଏ କଲା ଓ କାହିଁକି କଲା ଏହା ସ୍ପଷ୍ଟ ହୋଇନାହିଁ । ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ସ୍ତବ୍ଧ ହୋଇଯାଇଥିଲା ।

ଆକ୍ରମଣ ସମୟରେ ଅର୍ଜୁନ ସିଂହ ଘରେ ନଥିଲେ । ସେ ଦିଲ୍ଲୀରେ ଥିଲେ । ଘରେ ତାଙ୍କ ପୁରା ପରିବାର ଉପସ୍ଥିତ ଥିଲେ । ଅର୍ଜୁନ ସିଂହଙ୍କ ଘର ପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରଯାଉଛି । ତଦନ୍ତ ପରେ ଏହା ସ୍ପଷ୍ଟ ହେବ । ଏ ଘଟଣା ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ କହିଛନ୍ତି ବଙ୍ଗଳାରେ ହିଂସା କମିବାର ନାଁ ନେଉନାହିଁ । ଅର୍ଜୁନଙ୍କ ଘର ଉପରେ ଏପରି ବୋମା ବିସ୍ଫୋରଣ ଆଇନକାନୁନ ଓ ବ୍ୟବସ୍ଥା ପ୍ରତି ଚିନ୍ତା ବଢାଇଛି ବୋଲି କହିଛନ୍ତି ରାଜ୍ୟପାଳ । ଘଟଣାରେ ପୋଲିସକୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ।

ଏହା ସହିତ ଘଟଣାକୁ ନେଇ ବିଜେପି ନେତା ଟିଏମସିକୁ ଘେରିଛି । ବିଜେପି ନେତା ଦିଲୀପ ଘୋଷ କହିଛନ୍ତି ଏହ ବାରମ୍ବାର ହେଉଛି । ସେମାନେ ଅର୍ଜୁନଙ୍କୁ ଦବେଇ ପାରୁନାହାନ୍ତି ତେଣୁ ତାଙ୍କ ପରିବାରକୁ ହାଇରାଣ କରିବାରୁ ଚେଷ୍ଟା କରୁଛନ୍ତି । ସେ ଆହୁରି କହିଛନ୍ତି ଅର୍ଜୁନ ଦଳକୁ ଆସିବା ପରଠୁ ଲଗାତାର ଏମିତି ହେଉଛି । ଅର୍ଜୁନ ସିଂହ ପୂର୍ବରୁ ମମତା ବାନାର୍ଜୀଙ୍କ ଟିଏମସିରେ ଥିଲେ ।

ଘଟଣାକୁ ନେଇ ଏନଆଇଏ ଯାଞ୍ଚ ପାଇଁ ଦାବି କରିଛନ୍ତି ଦାର୍ଜିଲିଂ ବିଜେପି ସାଂସଦ ରାଜୁ ବିସ୍ତା । ସେ କହିଛନ୍ତି ପଶ୍ଚିମବଙ୍ଗରେ ପୋଲିସ ଆଖି ବନ୍ଦ କରିଛି । ଟିଏମସି ଗୁଣ୍ଡାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଏନେଇ NIA ତଦନ୍ତ କରୁ ବୋଲି ଅନୁରୋଧ କରିଛନ୍ତି ରାଜୁ ବିସ୍ତା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details