ଓଡିଶା

odisha

ETV Bharat / bharat

Bhilwara Violence: ଦୁଇ ଯୁବକଙ୍କୁ ଆକ୍ରମଣ ପରେ ହିଂସା, ଇଣ୍ଟରନେଟ ସେବା ବନ୍ଦ - ରାଜସ୍ଥାନ ହିଂସା ଘଟଣା

ରାଜସ୍ଥାନର ଭିଲଓ୍ବାଡାରେ ହିଂସା ପରେ ବନ୍ଦ ରହିଛି ଇଣ୍ଟରନେଟ ସେବା । ବ୍ୟାପକ ପୋଲିସ ମୁତୟନ । ଗତକାଲି ରାତିରେ ଦୁଇ ଜଣ ସ୍ଥାନୀୟ ଯୁବକଙ୍କୁ ଆକ୍ରମଣ ପରେ ଗାଡି ପୋଡି ଦେଇଥିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ରାଜସ୍ଥାନରେ ଦୁଇ ଯୁବକଙ୍କୁ ଆକ୍ରମଣ ପରେ ହିଂସା, ଇଣ୍ଡରନେଟ ସେବା ବନ୍ଦ
ରାଜସ୍ଥାନରେ ଦୁଇ ଯୁବକଙ୍କୁ ଆକ୍ରମଣ ପରେ ହିଂସା, ଇଣ୍ଡରନେଟ ସେବା ବନ୍ଦ

By

Published : May 5, 2022, 7:29 PM IST

ଜୟପୁର:ରାଜସ୍ଥାନରେ ଥମିବାର ନାଁ ନେଉନି ସାମ୍ପ୍ରଦାୟିକ ହିଂସା । କରୌଲୀ ଓ ଯୋଧପୁର ପରେ ଗତକାଲି ଭିଲଓ୍ବାଡାରେ ମଧ୍ୟ ଦେଖିବାକୁ ମିଳିଛି ହିଂସାକାଣ୍ଡ । ଦୁଇଜଣ ସ୍ଥାନୀୟ ଯୁବକଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିବା ସହ ବାଇକ ଜାଳିଦେବା ପରେ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିିଛି ବ୍ୟାପକ ଉତ୍ତେଜନା । ଘଟଣାକୁ ଗମ୍ଭୀରତାର ନେଇଛି ରାଜସ୍ଥାନ ପୋଲିସ । ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶୁକ୍ରବାର) ସକାଳ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି ।

ରାଜସ୍ଥାନର ଭିଲଓ୍ବାଡାରେ ଦୁଇ ଯୁବକଙ୍କୁ ଆକ୍ରମଣ ପରେ ହିଂସା, ଇଣ୍ଟରନେଟ ସେବା ବନ୍ଦ

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଜିଲ୍ଲାପାଳ ଆଶିଷ ମୋଦି, ଜିଲ୍ଲା ପୋଲିସ ଅଧୀକ୍ଷକ ଆଦର୍ଶ ସିଦ୍ଧୁ ଗତକାଲି ମଧ୍ୟରାତ୍ରିରେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସାମାନ୍ୟ ଶାନ୍ତ ପଡିଛି । ଏସପି ଆଦର୍ଶ ସିଦ୍ଧୁ କହିଛନ୍ତି ପୋଲିସ ଟିମ ଘଟଣାର ତଦନ୍ତ ଆରମ୍ଭ କରିବା ସହ କିଛି ଲୋକଙ୍କୁ ଅଟକ ମଧ୍ୟ ରଖିଛି । ଘଟଣାରେ ଯେ କେହି ବି ସମ୍ପୃକ୍ତ ତୁରନ୍ତ ତାଙ୍କୁ ଗିରଫ କରାଯିବ ।

କ’ଣ ଥିଲା ଘଟଣା:

ଭିଲଓ୍ବାଡା ଜିଲ୍ଲାର ଉପକଣ୍ଠ ସାନଗାନେରେ ଦୁଇ ସ୍ଥାନୀୟ ଯୁବକଙ୍କୁ ଏକାଧିକ ମୁଖାପିନ୍ଧା ଅଜଣା ଦୁର୍ବୃତ୍ତ ଆକ୍ରମଣ କରିବା ସହ ସେମାନଙ୍କ ଗାଡି ମଧ୍ୟ ପୋଡି ଦେଇଥିଲେ । ଉଭୟ ଆହତ ଯୁବକଙ୍କୁ ସ୍ଥାନୀୟ ମହାତ୍ମା ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିବାବେଳେ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ କୌଣସି ଅପ୍ରୀତିକର ସ୍ଥିତି ଏଡାଇବା ପାଇଁ ଇଣ୍ଡରନେଟ ସେବାକୁ ମଧ୍ୟ ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details