ମୁମ୍ବାଇ : ମିଠା ଦେବା ନାଁରେ ଘରେ ପଶି ଦୁର୍ବୃତ୍ତ କଲେ ଲୁଟ । 70 ବର୍ଷ ବୟସ୍କା ମହିଳାଙ୍କ ମୁଣ୍ଡରେ ବନ୍ଧୁକ ରଖି ଘରୁ ଲୁଟିନେଲେ ଦାମୀ ଜିନିଷ । ମୁମ୍ବାଇସ୍ଥିତ ଦାଦର ସହରର କିର୍ତ୍ତୀ କଲେଜ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣା ସମ୍ପର୍କରେ ଦାଦର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଦାଦର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତେବେ ବାକି ଅଭିଯୁ୍କ୍ତଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି ପୋଲିସ ।
ସୋମବାର ସନ୍ଧ୍ୟାରେ ଦାଦର ସହରର କିର୍ତ୍ତୀ କଲେଜ ନିକଟରେ ଜଣେ ବୃଦ୍ଧା ମହିଳା ଘରେ ଥିଲେ । ଏହି ସମୟରେ ପାଖାପାଖି ପ୍ରାୟ 40 ବର୍ଷ ବୟସରେ ଜଣେ ଅଜଣା ବ୍ୟକ୍ତି ଅପରାହ୍ନରେ ଆସି ମହିଳାଙ୍କ ଘରର କବାଟ ବାଡେଇ ଥିଲା । ବୃଦ୍ଧା ମହିଳା କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତମାନେ ପ୍ରଥମେ ମିଠା ଖାଇବାକୁ ଡାକିଥିଲେ । ରାଇକରରୁ ମିଠା ଆଣିଛୁ । ହେଲେ ମହିଳା ଜଣକ ପଚାରିଥିଲେ ତମେମାନେ କିଏ ? ଏହାପରେ ଦୁର୍ବୃତ୍ତମାନେ ବନ୍ଧୁକ ଓ କିଛି ମାରଣାଶସ୍ତ୍ର ମହିଳାଙ୍କୁ ଦେଖାଇ ଭୟଭୀତ କରାଇଥିଲେ । ପରେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । ଏହାପରେ ଆଉ କିଛି ଦୁର୍ବୃତ୍ତ ଘର ଭିତରକୁ ଜୋର ଜବରଦସ୍ତି ପଶି ଘରୁ ସୁନା ଅଳଙ୍କାର ଏବଂ 12 ଲକ୍ଷ ଟଙ୍କା ମୂଲ୍ୟର ନଗଦ ଟଙ୍କା ଲୁଟି ନେଇଥିଲେ । ତେବେ ଏ ସବୁ ଘଟଣା ମହିଳାଙ୍କ ଆଖି ସାମ୍ନାରେ ଘଟୁଥିଲେ ହିଁ ସେ କିଛି ବି କରିପାରିନଥିଲେ ।