ଓଡିଶା

odisha

ETV Bharat / bharat

Criticising Zelensky's outfit: କଡ଼ା ଜବାବ ଦେଲେ ଶାହିଦଙ୍କ ପତ୍ନୀ - ୟୁକ୍ରେନ ଋଷ ବିବାଦ

ଚର୍ଚ୍ଚାରେ ବଲିଉଡ଼ ଅଭିନେତା ଶାହିଦ କପୁରଙ୍କ ପତ୍ନୀ ମୀରା କପୁର । ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ବେଶଭୂଷାକୁ କଟାକ୍ଷ କରାଯାଇଥିବା ଟ୍ବିଟ ଉପରେ କଡ଼ା ଜବାବ ଦେଇଛନ୍ତି ମୀରା । ଅଧିକ ପଢନ୍ତୁ

Criticising Zelensky's outfit: କଡ଼ା ଜବାବ ଦେଲେ ଅଭିନେତା ଶାହିଦଙ୍କ ପତ୍ନୀ ମୀରା
Criticising Zelensky's outfit: କଡ଼ା ଜବାବ ଦେଲେ ଅଭିନେତା ଶାହିଦଙ୍କ ପତ୍ନୀ ମୀରା

By

Published : Mar 20, 2022, 1:05 PM IST

ମୁମ୍ବାଇ:ଗତ ୨୫ ଦିନ ଧରି ୟୁକ୍ରେନ ଉପରେ ବୋମାମାଡ଼ କରିଚାଲିଛି ଶକ୍ତିଶାଳୀ ରାଷ୍ଟ୍ର ଋଷ । ଧ୍ବଂସଗାମୀ ହେବାକୁ ଯାଉଛି ଏହି ରାଷ୍ଟ୍ର । ସେପଟେ ବିପଦ ବେଳେ ପଳାୟନ କରି ରାଷ୍ଟ୍ରବାସୀଙ୍କୁ ନିରନ୍ତର ଭାବେ ସାହାସ ଦେଇ ଆସୁଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । ଏହାରି ମଧ୍ୟରେ ତାଙ୍କ ଆଉଟଫିଟକୁ ନେଇ ହେଉଛି ଚର୍ଚ୍ଚା । ଜେଲେନସ୍କି ଯୁଦ୍ଧ ଆରମ୍ଭ ଦିନରୁ ଗୋଟିଏ ସବୁଜ ରଙ୍ଗର ଟି-ସାର୍ଟ ପିନ୍ଧି ଆସୁଛନ୍ତି । ଏହାକୁ ନେଇ ଆମେରିକାର ଫାଇନ୍ସିଆଲ ଏକ୍ସପର୍ଟ ପିଟର ଚିଫ କଟାକ୍ଷ କରିଛନ୍ତି । ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ମୀରା । ସେ ପିଟରଙ୍କ ଟ୍ବିଟର କଡା ଜବାବ ଦେଇଥିବା ଦେଖିବାକୁ ମିଳିଛି ।

ଆମେରିକାର ଆର୍ଥିକ ବିଶେଷଜ୍ଞଙ୍କ ଜବାବ ଦେଇଥିବା ମୀରାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ

ଜେଲେନସ୍କିଙ୍କ ପୋଷାକକୁ ନେଇ ଉଡିଲା ମଜାକ୍‌

ଆମେରିକାର ଆର୍ଥିକ ବିଶେଷଜ୍ଞ ପିଟର ଚିଫ୍ ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ଅପମାନିତ କରିବା ପାଇଁ ଟ୍ବିଟରରେ ଲେଖିଛନ୍ତି ଯେ, 'ମୁଁ ବୁଝିପାରୁଛି ଯେ ଆପଣ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି, କିନ୍ତୁ ୟୁକ୍ରେନ ରାଷ୍ଟ୍ରପତିଙ୍କର ନିଜସ୍ବ ସୁଟ୍‌ ଅଛି କି ନାହିଁ ? ମୋ ମନରେ ଆମେରିକାର ବର୍ତ୍ତମାନର କଂଗ୍ରେସ ସଦସ୍ୟଙ୍କ ପ୍ରତି ସମ୍ମାନ ନାହିଁ, କିନ୍ତୁ ତଥାପି ମୁଁ ଟି-ସାର୍ଟ ପିନ୍ଧି ସେମାନଙ୍କୁ ସମ୍ବୋଧିତ କରିବି ନାହିଁ, ମୁଁ ଅନୁଷ୍ଠାନ କିମ୍ବା ଆମେରିକାକୁ ଅସମ୍ମାନ କରିବାକୁ ଚାହେଁ ନାହିଁ।" ବୋଲି ଟ୍ବିଟ କରିଛନ୍ତି ।

ଏହି ସମୟରେ ମୀରା କପୁର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ଟ୍ବିଟକୁ ସେୟାର କରି ଲେଖିଛନ୍ତି ଯେ, "ଆପଣ ତାଙ୍କୁ କଫଲିଙ୍କ ପିନ୍ଧିବା ପାଇଁ ମଧ୍ୟ କୁହନ୍ତି ଯଦି କହିପାରିବେ । କଣ ଆମେ କେବଳ ବେଶଭୂଷା ଦ୍ବାରା ପ୍ରଭାବିତ ହୋଇଥାଉ । ବେଶଭୂଷା ପାଇଁ କଣ ଆମେ ବାସ୍ତବିକତାକୁ ଭୁଲି ଯିବା ? ରାଷ୍ଟ୍ରର ପ୍ରମୁଖଙ୍କ ଠାରୁ ଏପରି ପ୍ରତିକ୍ରିୟା ଗ୍ରହଣୀୟ ନୁହେଁ । " ତେବେ ସଙ୍କଟ ବା ବିପଦ ସମୟରେ ବାସ୍ତବ ଚିତ୍ରକୁ ଭୁଲି ବେଶଭୂଷା ଉପରେ ଫୋକସ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ତେବେ ସୂଚନା ଥାଉ କି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବିଶ୍ବ ନେତାଙ୍କ ସହିତ ଏକ ଭିଡ଼ିଓ କନଫେରନ୍ସିଂରେ ଯୋଗ ଦେଇ ସେମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ନିଜ ଦେଶର ଯୁଦ୍ଧ ସ୍ଥିତି ସମ୍ପର୍କରେ ଏକ ଗ୍ରାଫିକ୍ସ ଭିଡ଼ିଓ ଦର୍ଶାଇଥିଲେ । ଏହାସହିତ ନିଜ ଦେଶବାସୀଙ୍କ ପରିସ୍ଥିତି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details