ଓଡିଶା

odisha

ETV Bharat / bharat

ବିହାରରେ ନାବାଳିକାକୁ ଗଣଦୁଷ୍କର୍ମ ! ଜଣେ ଗିରଫ - ନାବାଳିକାକୁ ଗଣଦୁଷ୍କର୍ମ

ବିହାରର ଛପରାରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଜଣେ ଅଭିଯୁକ୍ତ ଗିରଫ । ଏବେ ବି ଅନ୍ୟ 3 ଫେରାର । ପୀଡିତା ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ବିହାରରେ ନାବାଳିକାକୁ ଗଣଦୁଷ୍କର୍ମ !
ବିହାରରେ ନାବାଳିକାକୁ ଗଣଦୁଷ୍କର୍ମ !

By

Published : Jan 17, 2023, 7:02 AM IST

ପାଟନା: ବିହାରର ଛପରାରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡିତ ନାବାଳିକାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସହରର ନଗର ଥାନା କ୍ଷେତ୍ରରେ ଏହି ମାମଲା ସାମ୍ନାକୁ ଆସିଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ସଫଳ ହେବା ସହ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛି । ପୀଡିତା ନାବାଳିକାର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।

ସ୍ଥାନୀୟ ଜଣେ 12ବର୍ଷୀୟ ନାବାଳିକା କୌଣସି କାମରେ ଏକାକୀ ଯାଉଥିବା ବେଳେ 4ଜଣ ଯୁବକ ତାଙ୍କୁ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ । ପରେ ଘଟଣାସ୍ଥଳରେ ନାବାଳିକାଙ୍କୁ ଛାଡି ଦେଇ ଫେରାର ହୋଇଯାଇଥିଲେ ସମସ୍ତ ଅଭିଯୁକ୍ତ । ମୁର୍ମୁଷୁ ଅବସ୍ଥାରେ ନାବାଳିକାଜଣଙ୍କୁ ଉଦ୍ଧାର କରାଯିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା । ପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ପୀଡିତା ନାବାଳିକାଙ୍କର ବାପାଙ୍କ ଦେହାନ୍ତ ହୋଇସାରିଥିବା ମଧ୍ୟ ସୂଚନା ରହିଛି । ପରିବାରର ଅନ୍ୟ ସଦସ୍ୟ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାରର ଗୁଜୁରାଣ ମେଣ୍ଟାନ୍ତି ।

ତେବେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରିଛି । ଘଟଣା ପରେ ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ପୋଲିସକୁ ସଫଳତା ମିଳିଛି । ନାବାଳିକାର ସୂଚନା ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ:ପାଟନାରେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ !

ଗତ 4 ତାରିଖରେ ମଧ୍ୟ ରାଜଧାନୀ ପାଟନାରେ ଜଣେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଏଥିରେ 5 ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ପୀଡିତା ଅଭିଯୋଗ କରିଥିଲେ । ପୀଡିତା ପରିବାର ସହରର ବାଇପାସ୍ ପୋଲିସ୍ ଷ୍ଟେସନରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ସୋମବାର ସଂଧ୍ୟାରେ କୋଚିଂରୁ ଫେରୁଥିବା ସମୟରେ ଛାତ୍ରୀଙ୍କୁ ଏହି ଅଭିଯୁକ୍ତମାନେ ଉଠାଇ ନେଇ ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲେ । ପୀଡିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଘଟଣାକୁ ଏକ ସପ୍ତାହ ବିତିନଥିବା ବେଳେ ପୁଣି ଏକ ଗଣଦୁଷ୍କର୍ମ ଅଭିଯୋଗ ରାଜ୍ୟରେ ଆଇନ୍‌ ଶୃଙ୍ଖଳା ଓ ନାରୀ ସୁରକ୍ଷାକୁ ପଦାରେ ପକାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details