ମୁମ୍ବାଇ:ମାଆ ସମ୍ମୁଖରେ ଝିଅକୁ ନିର୍ମମ ହତ୍ୟା । କୋଚିଂରୁ ଫେରୁଥିବା ବେଳେ ନାବାଳିକାକୁ ଅତର୍କିତ ଛୁରା ମାଡ । ଥରେ କି ଦୁଇ ଥର ନୁହେଁ ସାତରୁ ଆଠ ଥର ଛୁରୀ ଭୁସି ନାବାଳିକାଙ୍କୁ ହତ୍ୟା କଲେ ଯୁବକ । ଏକତରଫା ପ୍ରେମରୁ ନାବଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଥାନେ ଅଞ୍ଚଳର ଟିସଗାଓଁରେ । ବୁଧବାର ରାତି 8ଟା ସମୟରେ ଏହି ଘଟଣା ଘଟିଥିଲା। ଆକ୍ରମଣକାରୀ ଯୁବକ ହେଉଛନ୍ତି ଆଦିତ୍ବ କାମ୍ବଲ । ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି କୋଲସେଭାଡି ପୋଲିସର ଜିମା ଦେଇଛନ୍ତି ।
ପୋଲିସର କହିବା ଅନୁଯାୟୀ, ବୁଧବାର ସନ୍ଧ୍ୟା 7ଟା ସମୟରେ ଆଦିତ୍ୟ ଦୁର୍ଗା ଦର୍ଶନ ସୋସାଇଟିକୁ ଆସିଥିଲେ । ସମ୍ପୃକ୍ତ ନାବାଳିକା କେଉଁ ସମୟରେ ଏହି ରାସ୍ତା ଦେଇ ଆସିବେ ବୋଲି ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିଲେ । ଏହାପରେ 8ଟା ସମୟରେ ନାବାଳିକା ଜଣଙ୍କ କୋଚିଂ ସାରି ତାଙ୍କ ମାଆଙ୍କ ସହ ଘରକୁ ଫେରୁଥିବା ବେଳେ ଯୁବକ ଜଣଙ୍କ ଅତର୍କିତ ଛୁରୀରେ ଆକ୍ରମଣ କରିଥିଲେ । ନାବାଳିକାଙ୍କ ମାଆ ଆଦିତ୍ୟକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବି ଆକ୍ରମଣର ଶିକାର ହୋଇଥିଲେ । 7ରୁ 8 ଥର ନାବାଳିକା ଛାତିକୁ ଛୁରୀରେ ଆକ୍ରମଣ କରିଥିଲେ ଯୁବକ ଜଣଙ୍କ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରିଥିଲା । ପରେ ଗୁରୁତର ଅବସ୍ଥାରେ ନାବାଳିକା ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।