ହାଇଦ୍ରାବାଦ:ହାଇଦ୍ରାବାଦରେ ଲଜ୍ଜା । ଜଣେ ୧୩ ବର୍ଷୀୟ ନାବାଳିକାକୁ ଦୁଇଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି(Minor Girl Raped by Two Persons) । ନାବାଳିକା ଜଣକ ସହ ନିଜର ତାଙ୍କରି ସାଙ୍ଗ ଓ ଜଣେ ନାବଳକ ମିଶି ଦୁଷ୍କର୍ମ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏନେଇ ହାଇଦ୍ରାବାଦର ମିରପେଟରେ ପୀଡ଼ିତା ପରିବାର ପକ୍ଷରୁ ଏତଲା ଦିଆଯାଇଛି ।
ଘଟଣା ଥିଲା ଏମିତି
ଗତ ଶନିବାର ରାତିର ଏହି ଘଟଣା ଘଟିଛି । ୧୩ ବର୍ଷୀୟ ନାବାଳିକା ଜଣକ ଶନିବାର ରାତିରେ ନିଜ ସାଙ୍ଗଙ୍କ ଘରକୁ ଯାଉଥିବା ବେଳେ ବାଟରେ ତାଙ୍କର ସମ୍ପର୍କୀୟ ପଡୋଶୀ ସାଙ୍ଗ ଜଣେ ଲିଫ୍ଟ ଦେଇଥିଲା । ସେହି ସମୟରେ ଅନ୍ୟଜଣେ ନାବାଳକ ମଧ୍ୟ ଗାଡିରେ ରହିଥିଲା । ସୂଚନାଅନୁସାରେ, ଶନିବାର ରାତିରେ ନାବାଳିକାକୁ ଦୁଇ ଭିନ୍ନ ସ୍ଥାନକୁ ନିଆଯାଇଥିଲା । ଏବଂ ସେଠାରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ନାବାଳିକା ଜଣକ ଘରେ ଜଣାଇନଥିଲେ । ପରେ ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ନଭେମ୍ବର ୫ ତାରଖରେ ଏହି ଘଟଣା ଘଟିଥିବା ବେଳେ ପରିବାରଲୋକଙ୍କ ପକ୍ଷରୁ ୭ ତାରିଖରେ ଥାନାରେ ଏତଲା ଦିଆଯାଇଛି । ପୋକ୍ସୋ ଆକ୍ଟ ଅନୁଯାଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।