ଓଡିଶା

odisha

ETV Bharat / bharat

ଗର୍ଭବତୀ ଖବର ଲୁଚାଇବାକୁ ରଚିଲେ ବିବାହ, ବରକୁ ବାନ୍ଧିଲା ପୋଲିସ - ନାଗପୁରରେ ବରକୁ ଦୁଷ୍କର୍ମ ଘଟଣାରେ ବାନ୍ଧିଲା ପୋଲିସ

ନାବାଳିକାର ବିବାହ ଖବରକୁ ଲୁଚାଇବା ପାଇଁ କଲେ ବିବାହ । ହେଲେ ବିବାହ ସାଜିଲା କାଳ । ଘରେ ପଶି ବରକୁ ବାନ୍ଧିଲା ପୋଲିସ । ଘଟଣା ଘଟିଛି ମହାରାଷ୍ଟ୍ରର ୨ୟ କ୍ୟାପିଟାଲ ନାଗପୁରରେ । ଅଧିକ ପଢନ୍ତୁ

ବିବାହ ସାଜିଲା କାଳ: ଗର୍ଭବତୀ ଖବର ଲୁଚାଇବାକୁ ରଚିଲେ ବିବାହ, ବରକୁ ବାନ୍ଧିଲା ପୋଲିସ
ବିବାହ ସାଜିଲା କାଳ: ଗର୍ଭବତୀ ଖବର ଲୁଚାଇବାକୁ ରଚିଲେ ବିବାହ, ବରକୁ ବାନ୍ଧିଲା ପୋଲିସ

By

Published : Mar 25, 2022, 6:32 PM IST

ମୁମ୍ବାଇ:ମହାରାଷ୍ଟ୍ରର ଦ୍ବିତୀୟ କ୍ୟାପିଟାଲ କୁହାଯାଉଥିବା ନାଗପୁରରେ ଘଟିଛି ଏକ ବିରଳ ଘଟଣା । ଯେଉଁଠି ୧୨ ବର୍ଷ ବୟସରେ ଗର୍ଭବତୀ ହୋଇଥିଲେ ନାବାଳିକା । ଏହି ଖବରକୁ ଲୁଚାଇବା ପାଇଁ ପୁରୁଷ ବନ୍ଧୁ(ବଏଫ୍ରେଣ୍ଡ) ସହ ବିବାହ କଲେ ପରିବାର । ହେଲେ ଶେଷରେ ଏହି ବିବାହ ସାଜିଲା କାଳ । ନାବାଳିକାର ବିବାହ ଖବର ପାଇ ଘରେ ଆସି ପହଞ୍ଚିଲା ପୋଲିସ ଆଉ ବାନ୍ଧିଲା ବରକୁ । ଫଳରେ ପରିବାର ଲୁଚାଇବାକୁ ଚାହୁଁଥିବା ଘଟଣାଟି ଏବେ ସର୍ବସମ୍ମୁଖରେ । ପୋଲିସ ଉକ୍ତ ଯୁବକକୁ ଦୁଷ୍କର୍ମ ଘଟଣାରେ ଗିରଫ କରିଛି ।

କ'ଣ ଥିଲା ପୁରା ଘଟଣା ?

ନାଗପୁର MIDC ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ୧୨ ବର୍ଷର ନାବାଳିକା ପ୍ରେମ ବ୍ୟାପାରକୁ ନେଇ ଗର୍ଭବତୀ ହୋଇଥିଲେ । ନାବାଳିକାକୁ ୧୨ ବର୍ଷ ବୟସ ହୋଇଥିବା ବେଳେ ଯୁବକଙ୍କୁ ୨୨ ବର୍ଷ ବୋଲି ଜଣାପଡ଼ିଛି । ତେବେ ଏମାନେ ପରସ୍ପରର ପଡୋଶୀ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ଶାରୀରିକ ସମ୍ପର୍କ ସେମାନଙ୍କ ପାଇଁ ସୃଷ୍ଟି କରିଛି ସମସ୍ୟା । ଆଶ୍ଚର୍ଯ୍ୟକର କଥା ହେଉଛି ନାବାଳାକଙ୍କ ପରିବାର ଏ ସମ୍ପର୍କରେ ଜାଣିବା ପରେ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରିବର୍ତ୍ତେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ।

ତେବେ ଦ୍ବିପାକ୍ଷିକ ଆଲୋଚନା ପରେ ପୁରୁଷ ବନ୍ଧୁଙ୍କ ସହିତ ବିବାହର ଆୟୋଜନ କରାଗଲା । ସେମାନେ ନବଦମ୍ପତିଙ୍କ ପାଇଁ ନୂଆ ଘରର ବ୍ୟବସ୍ଥା ମଧ୍ୟ କରିଥିଲେ । ଏହି ଘଟଣାରେ ନାବାଳିକାଙ୍କ ମାଆ ନଥିବା ବେଳେ ପିତା ସମସ୍ତ ଦାୟିତ୍ବ ବହନ କରନ୍ତି । ସେ ଅଧିକାଂଶ ସମୟ ବାହାରେ ରହୁଥିବା ବେଳେ ନିଜ ଝିଅ ଯତ୍ନ ନେଇପାରୁନଥିଲେ । ସେ ଝିଅ ଗର୍ଭବତୀ ସମ୍ପର୍କରେ ଜାଣିବା ପରେ ବିବାହର ଆୟୋଜନ କରିଥିଲେ ।

ଯୋଜନା ଥିଲା ବିବାହ ପରେ ଗର୍ଭବତୀ ଖବର ସମ୍ପର୍କରେ ଜଣାପଡ଼ିବ । ହେଲେ ପୋଲିସ ବରକୁ ବାନ୍ଧିବା ପରେ ସବୁ ହେଲା ଓଲଟ ପାଲଟ । ଏହି ଘଟଣା ସମ୍ପର୍କରେ ପ୍ରଥମେ ଆଶା କର୍ମୀ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ନାବାଳିକାଙ୍କ ବିବାହ ସମ୍ପର୍କରେ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଘରେ ପହଞ୍ଚିଥିଲା ପୋଲିସ । ଆଉ ଦୁଷ୍କର୍ମ ଘଟଣାରେ ଯୁବକଙ୍କୁ ଗିରଫ କରିଛି । 2006 ବାଲ୍ୟ ବିବାହ ନିଷିଧାଦେଶ ଅଧିନିୟମ ଅନୁଯାୟୀ ଯୁବତୀଙ୍କ ବିବାହ ବୟସ 18 ବର୍ଷ ରହିଥିଲା ।

ମହିଳାଙ୍କ ବିବାହର ଆଇନଗତ ବୟସକୁ 18 ବର୍ଷରୁ 21 କୁ ବୃଦ୍ଧି କରିବାକୁ ଏନଡିଏ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ୟୁ ରିସର୍ଚ୍ଚ ସେଣ୍ଟର(Pew Research Center)ର ଏକ ରିପୋର୍ଟ ଅନୁଯାୟୀ ବହୁ ସଂଖ୍ୟକ ଦେଶ ଉଭୟ ବାଳକ ଏବଂ ନାବାଳିକାଙ୍କ ପାଇଁ 18 ବର୍ଷ ବୟସରେ ବୈବାହିକ ବୟସକୁ ବନ୍ଦ କରି ଦେଇଛନ୍ତି । ଏହି ତାଲିକାରେ ଅଷ୍ଟ୍ରେଲିଆ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଗ୍ରୀସ୍, ହଙ୍ଗେରୀ, ଜର୍ମାନୀ, ଇସ୍ରାଏଲ୍, ଆଇସଲ୍ୟାଣ୍ଡ, ସ୍ବିଜରଲ୍ୟାଣ୍ଡ ଏବଂ ଋଷ ଅନ୍ତର୍ଭୁକ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details