ଲକ୍ଷ୍ନୌ: ସ୍କୁଲ୍ର ସହପାଠୀ ସାଜିଲେ ସୈତାନ । ନାବାଳିକାକୁ ଅପହରଣ ପରେ ନିର୍ଯାତନା ଦେଇ ଗଣଦୁଷ୍କର୍ମ କଲେ ଦୁଇ ସହପାଠୀ ନାବାଳକ । ଖାଲି ଏତିକି ନୁହଁ ଗଣଦୁଷ୍କର୍ମର ଭିଡିଓ କରି ସୋସିଆଲ ମିଡିଆରେ ମଧ୍ୟ ସୋୟାର କଲେ । ଯାହା ଭାଇରାଲ ହେବା ପରେ ପୋଲିସ 3ଜଣ ନାବାଳକଙ୍କୁ ଅଟକ ରଖିଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ । ଗତ ମଙ୍ଗଳବାର ଏହି ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି ।
ପୋଲିସର ସୂଚନା ଅନୁଯାୟୀ, ଏହି ଗଣଦୁଷ୍କର୍ମ ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଗୌରୀ ବଜାର ପୋଲିସ ଷ୍ଟେସନ ଅଧିନରେ ଘଟିଛି । ଶୁକ୍ରାବର ଦିନ ସୋସିଆଲ ମିଡିଆରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଉଥିବାର ଭିଡଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପୋଲିସ ଏଘଟଣା ବିଷୟରେ ଜାଣିବା ପରେ ତିନି ଅଜଣା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହାର ଦିନକ ପରେ ପୀଡିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।
ପ୍ରଥମିକ ତଦନ୍ତରୁ ଜଣାପଡିଛି ଯେ, ଅଟକ ଥିବା ତିନି ନାବାଳକଙ୍କ ମଧ୍ୟରୁ ଜଣେ ମଙ୍ଗଳବାର ସନ୍ଧ୍ୟାରେ ନାବାଳିକାଙ୍କୁ ଫୋନ୍ କରି ଘର ବାହାରକୁ ଆସିବାକୁ କହିଥିଲେ । ସେ ବାହାରକୁ ଆସିବା ପରେ ତିନି ନାବାଳକ ତାଙ୍କୁ ଅପହରଣ କରିନେଇଥିଲେ । ଏହାପରେ ଏକ କ୍ଷେତ ନିକଟରେ ଥିବା ଘରକୁ ନେଇ ଆକ୍ରମଣ କରିବା ସହ ଦୁଇ ନାବାଳକ ଗଣଦୁଷ୍କର୍ମ କରିଥିଲେ । ଅନ୍ୟ ନାବାଳକ ଜଣଙ୍କ ପୁରା ଘଟଣାର ଭିଡିଓ ଉତ୍ତୋଳନ କରିଥିଲେ । ଏହାପରେ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ।