ଓଡିଶା

odisha

ETV Bharat / bharat

Love Jihad: ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇଲା ନାବାଳକ, ଜୀବନ ହାରିଲେ ନାବାଳିକା - ଧର୍ମ ଲୁଚାଇ ନାବାଳିକାଙ୍କୁ ବିବାହ କରିଥିଲେ ନାବଳକ

ଧର୍ମ ଲୁଚାଇ ନାବାଳିକାଙ୍କୁ ବିବାହ କରିଥିଲେ ନାବଳକ । ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଇବାକୁ ଜୀବନ ହାରିଲେ ନାବାଳିକା । ଅଧିକ ପଢନ୍ତୁ

Love Jihad
Love Jihad

By

Published : Jun 2, 2023, 3:04 PM IST

ରାଞ୍ଚି: ଝାଡ଼ଖଣ୍ଡରୁ ସାମ୍ନାକୁ ଆସିଲା ଲଭ୍‌ ଜିହାଦ ମାମଲା । ଧର୍ମ ଲୁଚାଇ ନାବାଳିକାକୁ ବିବାହ କରିଥିଲେ ନାବାଳକ । ଶେଷରେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିବାରୁ ଜୀବନ ହାରିଲେ ନାବାଳିକା । ଝାଡଖଣ୍ଡର ଖାଲାରି ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ଏନେଇ ମୃତ ନାବାଳିକାଙ୍କ ବାପା ନାବାଳକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ନାବାଳିକାଙ୍କ ପରିବାର ଲୋକେ କହିଛନ୍ତି, "ମୋ ଝିଅ ଖାଲାରି ଅଞ୍ଚଳର ଅନ୍ୟ ଧର୍ମର ଏକ ନାବାଳକ ସହ ସମ୍ପର୍କରେ ଥିଲା । ଉକ୍ତ ନାବାଳକ ଜଣକ ଧର୍ମ ପରିବର୍ତ୍ତନ କରିବା ପାଇଁ ଚାପ ପକାଉଥିଲା । ଫଳରେ ମୋ ଝିଅ ନିଜ ଜୀବନକୁ ଶେଷ କରି ଦେଇଛି ।"

ଖାଲାରି ପୋଲିସ ଷ୍ଟେସନର ଇନ ଚାର୍ଜ କହିଛନ୍ତି , "ମୃତ ନାବାଳିକାଙ୍କ ବାପାଙ୍କ ବୟାନ ଆମେ ରେକର୍ଡ କରିଛୁ। ସେ ଥାନାରେ ଲଭ ଜିହାଦ ନେଇ ନାବାଳକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଦୁଇ ବର୍ଷ ପୂର୍ବେ ନାବାଳିକା ଓ ନାବାଳକ ରାଞ୍ଚିର ଏକ ମନ୍ଦିରରେ ବିବାହ କରିଥିଲେ । ଏହାପରେ ଅନେକ ସମୟରେ ସେ ନାବାଳିକା ଜଣଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଉଥିଲା । ଯାହା ଫଳରେ ନାବାଳିକା ଜଣଙ୍କ ଜୀବନ ହାରି ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ।"

ମୃତ ନାବାଳିକା ଜଣଙ୍କ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁଟି ନାବାଳକ ପରିବାରର ହୋଇଥିବା ମୃତ ନାବାଳିକାଙ୍କ ପରିବାର ଲୋକେ କହିଛନ୍ତି। ଗତ ମେ 31 ତାରିଖରେ ନାବାଳିକା ଜଣଙ୍କ ନାବାଳକ ସହ ଫୋନରେ କଥା ହେଉଥିଲେ। ଏହି ସମୟରେ ନାବାଳିକାଙ୍କୁ ତାଙ୍କ ବାପା ଧରିପକାଇଥିଲେ । ତଦନ୍ତରୁ ଜଣାପଡିଛି ଯେ, ନାବାଳକ ଜଣକ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଥିଲା । ଯାହା ଫଳରେ ଉଭୟ ଏକାଠି ରହିପାରିଥାନ୍ତେ ।

ବର୍ତ୍ତମାନ ନାବାଳିକାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଞ୍ଚିର ଆରଆଇଏମଏସକୁ ପଠାଯାଇଛି। ବ୍ୟବଚ୍ଛେଦ ପରେ ମୃତ୍ୟୁରସକାରଣ ସ୍ପଷ୍ଟ ହେବ। ତଦନ୍ତ ସମୟରେ ଉବୟ ନାବାଳକ ଓ ନାବାଳିକା ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । କୋର୍ଟରେ ହାଜର କରାଯିବା ପରେ ନାବାଳକକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯିବ ।

ଗତ ମାର୍ଚ୍ଚ ମାସରେ ଗୁଜୁରାଟରୁ ଲଭ ଜିହାଦ ଘଟଣା ସାମ୍ନାକୁ ଆସିଥିଲା । ହିନ୍ଦୁ ପରିଚୟ ଦେଇ ସ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିଥିଲେ ଯୁବକ । ଯେତେବେଳେ ଯୁବତୀଙ୍କ ହାତରେ ଅଭିଯୁକ୍ତର ଆଧାର କାର୍ଡ ଲାଗିଥିଲା ସେତେବେଳେ ପ୍ରକୃତ ପରିଚୟ ସାମନାକୁ ଆସିଥିଲା । ଏହା ଜାଣିବା ପରେ ଯୁବତୀ ଜଣକ ବେସୁ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା ।

ABOUT THE AUTHOR

...view details