ହାଇଦ୍ରାବାଦ:ଗୋଟିଏ ଦିନରେ ଦେଶର ଚାରି ରାଜ୍ୟରେ ଭୂକମ୍ପ ଝଟକା । ତାମିଲନାଡୁ, କର୍ଣ୍ଣାଟକ, ଗୁଜୁରାଟ ଓ ମେଘାଳୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏନେଇ ଜାତୀୟ ଭୂ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କର୍ଣ୍ଣାଟକରେ 3.1 ତୀବ୍ରାତାରେ ଭୂକମ୍ପ ହୋଇଥିବା ବେଳେ ତାମିଲନାଡୁରେ 3.2 ତୀବ୍ରତା, ମେଘାଳୟରେ 3.8 ତୀବ୍ରତା ଓ ଗୁଜୁରାଟରେ 3.9 ତୀବ୍ରତାରେ ଭୂକମ୍ପ ହୋଇଥିଲା । କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
ଜାତୀୟ ଭୂବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ପ୍ରଥମେ କର୍ଣ୍ଣାଟକରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 3.1 ରହିଥିଲା । ସକାଳ 6ଟା 52 ମିନିଟରେ ଏହା ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ବିଜୟପୁରରେ । ଗଭୀରତା 10 କିଲୋମିଟର ରହିଥିବା ବେଳେ ଦ୍ରାଘିମା 16.77 ଓ ଅକ୍ଷାଂଶ 75.87 ରହିଛି ।
ସକାଳ 7ଟା 39 ମିନିଟ୍ ସମୟରେ ତାମିଲନାଡୁର ଚେଙ୍ଗେଲାପାଟୁରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 3.2 ରହିଥିଲା । ଏହାର ଗଭିରତା 10 କିଲୋମିଟର ରହିଥିବା ବେଳେ ଦ୍ରାଘିମା 12.50 ଓ ଅକ୍ଷାଂଶ 79.85 ରହିଛି ।