ଓଡିଶା

odisha

By ETV Bharat Odisha Team

Published : Nov 19, 2023, 1:17 PM IST

ETV Bharat / bharat

ମୋବାଇଲରେ ଗେମ୍‌ ଖେଳିବାରୁ ଆକଟ କଲେ ବାପା, ଜୀବନ ହାରିଲା ପୁଅ

ମୋବାଇଲରେ ଗେମ ଖେଳିବାରୁ ପୁଅକୁ ଗାଳି କଲା ବାପା । ବାପାଙ୍କ ଗାଳି ସହ୍ୟ କରି ନପାରି ଜୀବନ ହାରିଲା ନାବାଳକ । ଅଧିକ ପଢ଼ନ୍ତୁ

minor died after Dad Gets Angry For Playing Games
minor died after Dad Gets Angry For Playing Games

ମୁମ୍ବାଇ: ମୋବାଇଲରେ ଅହରର ଅନଲାଇନ ଗେମ ଖେଳୁଥିଲା ପୁଅ । ବାପା ଗାଳି କରିବାରୁ ଶେଷରେ ଜୀବନ ହାରିଲେ ନାବାଳକ । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ମୁମ୍ବାଇର ମାଲଭାନି ପୋଲିସ ଷ୍ଟେସନ ଅଞ୍ଚଳରେ । ଏନେଇ ପୋଲିସ ଏକ ମାମାଲ ରୁଜୁ କରିଛି । ଗୁରୁବାର ରାତିରେ ନାବାଳକ ଜଣ ଜୀବନ ହାରିଥିବା ବେଳେ ଶୁକ୍ରବାର ସକାଳେ ଘଟଣା ସାମ୍ନାକୁ ଆସିଥିଲା । ମୃତ ନାବାଳକର ପରିଚୟ ମିଳିପାରି ନାହିଁ । ମୃତକଙ୍କ ପରିବାର ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିନାହାନ୍ତି ।

ଏହା ମଧ୍ୟ ପଢନ୍ତୁ-ସହି ପାରିଲେନି ଚକଡ଼ା ଚଡ଼କ, ହତାଶ ହୋଇ ଜୀବନ ହାରିଲେ ଚାଷୀ

ମାଲଭାନି ପୋଲିସର ସୂଚନା ଅନୁଯାୟୀ, ମୃତକ ନାବାଳକ ଜଣଙ୍କ ଯୁକ୍ତ 2ର ପ୍ରଥମ ବର୍ଷର ଛାତ୍ର । ସେ ପ୍ରତିଦିନ ମୋବାଇଲରେ ଅନ୍‌ଲାଇନ୍‌ ଗେମ୍‌ ଖେଳନ୍ତି । ଯାହାକୁ ନେଇ ପରିବାର ଲୋକେ ତାଙ୍କୁ ଆକଟ କରନ୍ତି । କିନ୍ତୁ ସେ କାହାରି କଥା ଶୁଣନ୍ତି ନାହିଁ । ଗତ ଗୁରୁବାର ରାତିରେ ମୃତକଙ୍କ ବାପା ତାଙ୍କୁ ଏଥି ପାଇଁ ଗାଳି କରିଥିଲେ । ଏହାପରେ ସେହିଦିନ ରାତିରେ ନାବାଳକ ଜଣଙ୍କ ଘରେ ଜୀବନ ହାରିଥିଲେ । ଶୁକ୍ରବାର ସକାଳ 8ଟା ସମୟରେ ପୁଅର ତଦେହ ଘରେ ପଡିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ନାବାଳକଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ବୋରିଭାଲିର ଭଗବତୀ ଡାକ୍ତରଖାନାକୁ ପଠାଯାଇଥିଲା । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ-ସୁରଟରେ ଗୋଟିଏ ପରିବାର 7 ଜଣଙ୍କ ସନ୍ଦେହଜନକ ମୃତ୍ୟୁ, ସାମୂହିକ ଆତ୍ମହତ୍ୟା ସନ୍ଦେହ

ଏନେଇ ମାଲଭାନି ପୋଲିସ ଷ୍ଟେସନରେ ନାବାଳକ ଜଣଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିବା ପଞ୍ଜିକୃତ ହୋଇଛି। ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ମୋବାଇଲରେ ଅନଲାଇନ ଗେମ ଖେଳିବାକୁ ମୃତ ନାବାଳକଙ୍କ ବାପା ବାରଣ କରିବାରୁ ସେ ଜୀବନ ହାରିଛନ୍ତି। ମାଲଭାନି ପୋଲିସ ଷ୍ଟେସନର ବରିଷ୍ଠ ଇନ୍ସପେକ୍ଟର ଚିମାଜୀ ଅଦାଭ କହିଛନ୍ତି ଯେ, ନାବାଳକ ମୋବାଇଲରେ ଅନଲାଇନ ଖେଳ ଖେଳିବାରେ ଅଭ୍ୟସ୍ତ ଥିଲା । ଗୁରୁବାର ରାତିରେ ତାଙ୍କ ପିତା ତାଙ୍କୁ ପାଟି କରି ତାଙ୍କ ଠାରୁ ଫୋନ୍ ଛଡାଇ ନେଇଥିଲେ । ପର ଦିନ ସକାଳେ ରୋଷେଇ ଘରେ ପୁଅର ଝୁଲନ୍ତା ମୃତଦେହ ପରିବାର ଲୋକେ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ ।

ABOUT THE AUTHOR

...view details