ନୂଆଦିଲ୍ଲୀ:ଜାତୀୟ ରାଜଧାନୀରେ ଚାଞ୍ଚଲ୍ୟ । ଭୟଙ୍କର, ଭୟାନକ, ବିଭତ୍ସ ହତ୍ୟାକାଣ୍ଡ । 350ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ । ଜଣେ 16 ବର୍ଷର ନାବାଳକ ଆଉ ଜଣେ 17ବର୍ଷର ବାଳକର ବେକ କାଟି ହତ୍ୟା କରିଛି । ଥରେ କି ଦୁଇଥର ନୁହେଁ 60ଥର ଛୁରାମାଡ଼ କରି ହତ୍ୟା କରିଛି ଅଭିଯୁକ୍ତ । 350 ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଉତ୍ତରପୂର୍ବ ଦିଲ୍ଲୀର ବେଲକମ ଥାନା ଅଞ୍ଚଳରୁ ଛାତି ଥରାଇ ଦେବା ଭଳି ଘଟଣା ଆସିଛି । ନାବାଳକକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ହତ୍ୟା ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଛି । ପୁରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ବିରିୟାନୀ ଖାଇବାକୁ ମାଗିଥିଲା ଟଙ୍କା:ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ 16 ବର୍ଷୀୟ ନାବାଳକ ଜଣକ ସ୍କୁଲ୍ରୁ ଡ୍ରପଆଉଟ ହୋଇଛି । ସେ ଦିଲ୍ଲୀରେ ତାର ବାପାମାଆଙ୍କ ସହ ରହୁଥିଲା । ତାର ବାପାମାଆ ଦିନ ମଜୁରିଆ ଭାବେ କାମ କରନ୍ତି । ହତ୍ୟାକାଣ୍ଡ ଘଟାଇବା ସମୟରେ ଅଭିଯୁକ୍ତ ନାବାଳକ ଜଣକ ନିଶାଶକ୍ତ ଥିଲା । ହତ୍ୟାକାଣ୍ଡର ଶିକାର ହୋଇଥିବା ବାଳକ ତାର ମାଆଙ୍କ ସହିତ ଜାଫାରାବାଦରେ ରହୁଥିଲା । ଅଭିଯୁକ୍ତ ଓ ମୃତକ ଦୁଇଜଣ ପରସ୍ପରକୁ ଜାଣିନଥିଲେ । ଅଭିଯୁକ୍ତ ପ୍ରଥମେ ଜଣେ ନାବାଳକ ପାଖକୁ ଯାଇ ବିରିୟାନୀ ଖାଇବାକୁ 350 ଟଙ୍କା ମାଗିଥିଲା । ପୀଡ଼ିତ ଜଣଙ୍କ ଟଙ୍କା ଦେବାକୁ ମନା କରିଥିଲେ । ଏହା ପରେ ତାଙ୍କଠୁ ଟଙ୍କା ଛଡ଼ାଇବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ । ଏହାପରେ ଦୁଇ ଜଣଙ୍କ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା । ଏହା ପରେ ଅଭିଯୁକ୍ତ ପୀଡ଼ିତର ତଣ୍ଟି ଚିପି ବେହୋସ କରି ଦେଇଥିଲା ।
ଏହା ବି ପଢନ୍ତୁ...ଇଣ୍ଡିଆ ବିଶ୍ବକପ୍ ହାରିବାରୁ ସାନଭାଇକୁ ହତ୍ୟା କଲା ବଡଭାଇ