ଓଡିଶା

odisha

Death Threat: ଧମକ ଦେଇଥିବା ଯୁବକ ଗିରଫ, ଅନ୍ୟ ନେତାଙ୍କୁ ବି କରିଥିଲା ଭୟଭୀତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଘଟଣା । ଲକ୍ଷ୍ନୌରୁ ଅଭିଯୁକ୍ତ ନାବାଳକକୁ ଗିରଫ କଲା ନୋଏଡା ପୋଲିସ । ଅଧିକ ପଢନ୍ତୁ

By

Published : Apr 7, 2023, 9:06 PM IST

Published : Apr 7, 2023, 9:06 PM IST

Etv Bharat
Etv Bharat

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଲକ୍ଷ୍ନୌରୁ ଗିରଫ କଲା ନୋଏଡା ପୋଲିସ । ଇ-ମେଲ ମାଧ୍ୟମରେ ଉଭୟ ନେତାଙ୍କୁ ଏହି ଧମକ ଆସିଥିବା ବେଳେ ଘଟଣାରେ ୧୭ବର୍ଷର ନାବାଳକକୁ ଗିରଫ କରିଛି ପୋଲିସ । ଏହି ନାବାଳକ ଯୁବକ ଜଣକ ସଉକରେ ଏଭଳି ମେଲ୍‌ କରିଥିବା କହିଥିବା ବେଳେ ଅନ୍ୟ ନେତାଙ୍କୁ ମଧ୍ୟ ଧମକ ଦେଇଥିବା ଜଣାପଡ଼ିଛି । ଅଭିଯୁକ୍ତ ବିରୋଧରେ ଅନ୍ୟ କୌଣସି ଅପରାଧିକ ମାମଲା ରହିଛି କି ନାହିଁ ସେ ନେଇ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକ ଦେବା ନେଇ ନୋଏଡା ଥାନା ସେକ୍ଟର ୨୦ରେ ପୋଲିସ ମାମଲା ରୁଜୁ କରିଥିଲା । ତଦନ୍ତ ବେଳେ ନାବାଳିକ ସମ୍ପର୍କରେ ଜାଣିବାକୁ ପାଇଛି ପୋଲିସ । ଏହାପରେ ଶୁକ୍ରବାର ଅଭିଯୁକ୍ତକୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିଲା । ନାବାଳିକର ଏପରି କାଣ୍ଡ ପରେ ଆଇବି, ଏଲଆଇୟୁ, ଏଟିଏସ ଓ ଆଇଟି ସେଲ ଅନେକ ସମୟ ଧରି ଜେରା କରିଥିଲା । ଅଭିଯୁକ୍ତ ନାବାଳକ କିଶୋର ନିଜ ମେଲରୁ ଏପରି ଧମକପୂର୍ଣ୍ଣ ମେଲ କରିଥିଲା ବୋଲି କହିଛି ପୋଲିସ । ଏହି ମାମଲାରେ ପୋଲିସ ଦ୍ବାରା ନୋଏଡା ଥାନା ସେକ୍ଟର ୨୦ରେ ମାମଲା ରୁଜୁ ହୋଇଥିଲା ।

ଏହା ବି ପଢନ୍ତୁ-ମୋଦି ଯୋଗୀଙ୍କୁ ପୁଣି ହତ୍ୟା ଧମକ, ଛାନଭିନ ଆରମ୍ଭ କଲା ପୋଲିସ

ପୋଲିସ ଆଇପିସି ଧାରା ୧୫୨ଓ (୧) ବି, ୫୦୫ (୧) ବି, ୫୦୬, ୫୦୭ ଆକ୍ଟରେ ମାମଲା ରୁଜୁ କରିଥିଲା । ଏହି ଅଭିଯୁକ୍ତ ଜଣକ ବିହାର ଅଞ୍ଚଳର ହୋଇଥିବା ବେଳେ ତାକୁ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଗିରଫ କରାଯାଇଛି । ବିହାରର ଅତିରିକ୍ତ ଡିସିପି ନୋଏଡା ଶକ୍ତି ମୋହନ ଅବସ୍ଥି କହିଛନ୍ତି, "ନାବାଳକ ବିହାରର ବକ୍ସରର ମୂଳ ବାସିନ୍ଦା । ଏହା ପୂର୍ବରୁ ସେ ବିହାରର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ରାଜନେତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଧମକ ଦିଆଯାଏ । ନାବାଳକର ମେଡିକାଲ ଚେକ୍‌ଅପ କରିବା ପରେ ତାକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଏହି ମାମଲାକୁ ଆଇଟି ସେଲକୁ ସ୍ଥାନାନ୍ତର କରାଯାଇଛି ।"

ସୂଚନା ଥାଉ କି ଚଳିତ ମାସ ୫ ତାରିଖରେ ଏକ ଗଣମାଧ୍ୟମ ସଂସ୍ଥାର ସିଇଓଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବା ଲାଗି ଧମକପୂର୍ଣ୍ଣ ମେଲ୍‌ ଆସିଥିଲା । ଏହି ମେଲ ପାଇବା ପରେ ସିଇଓ ଜଣକ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଏତଲାକୁ ଗ୍ରହଣ କରିବା ପରେ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲା । ୨ ଦିନ ପରେ ଅଭିଯୁକ୍ତ ନାବାଳକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଏହା ପ୍ରଥମ ଥର ନୁହେଁ, ପ୍ରଧାନମନ୍ତ୍ରୀ ଓ ଯୋଗୀ ଆଦିତ୍ୟନାଥଙ୍କୁ ଏପରି ଧମକ ପୂର୍ବରୁ ମଧ୍ୟ ଆସିଛି ।

ABOUT THE AUTHOR

...view details