ଓଡିଶା

odisha

ETV Bharat / bharat

Lakhimpur News: ଜେଲରେ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିଲା ନାବାଳକ, ଗାଲରେ ଷ୍ଟାମ୍ପ ଲଗାଇଲେ - ଗାଲରେ ଷ୍ଟାମ ଲଗାଇଲେ କର୍ମଚାରୀ

ନିଜ ଜେଜେ ମାଆ ସହ ଜେଲରେ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିଲା ୪ ବର୍ଷର ନାବାଳକ । ହାତରେ ଷ୍ଟାମ୍ପ ମାରିବା ବଦଳରେ ଗାଲରେ ଷ୍ଟାମ୍ପ ଲଗାଇଲେ ଜେଲ କର୍ମଚାରୀ । ଅଧିକ ପଢନ୍ତୁ

Lakhimpur News
Lakhimpur News

By

Published : Jan 28, 2023, 5:35 PM IST

ଲକ୍ଷ୍ନୌ:ଜେଲରେ ଭାଇ ସହ ଭେଟିବାକୁ ଯାଇଥିବା ଚାରି ବର୍ଷ ବାଳକର ଗାଲରେ ଷ୍ଟାମ୍ପ ଲଗାଇଲେ ଜେଲ କର୍ମଚାରୀ । ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀରୁ । ତେବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବନ୍ଦୀମାନଙ୍କୁ କଏଦୀଙ୍କ ଠାରୁ ଅଲଗା କରାଇବା ପାଇଁ ସର୍ବଦା ଷ୍ଟାମ୍ପ ଲଗାଯାଉଥିବା କହିଛନ୍ତି ଜେଲ କର୍ତ୍ତୃପକ୍ଷ ।

ଲକ୍ଷ୍ମୀପୁର ଖେରୀ ଜେଲର ଅଧୀକ୍ଷକ ବିପିନ କୁମାର ମିଶ୍ରା କହିଛନ୍ତି, "ଆମର ଜେଲର ଦୁଇଟି ପ୍ରବେଶ ପଥ ରହିଥିବା ବେଳେ ଦୁଇଟି ସ୍ଥାନରେ ଭିନ୍ନ ଭିନ୍ନ ସିଲ ଲଗାଯାଉଛି । ତେବେ ଉକ୍ତ ୪ ବର୍ଷର ବାଳକ ଜଣକ ଜେଲକୁ ଆସିଥିବା ବେଳେ ତାକୁ ପରିଦର୍ଶକ ଭାବେ ନିଶ୍ଚିତ କରିବା ପାଇଁ ଗାଲରେ ଲାଲ ଷ୍ଟାମ୍ପ ଲଗାଯାଇଥିଲା । ତେବେ ସମସ୍ତଙ୍କ ହାତରେ ଏହା ଲଗାଯାଇଥିଲା । ତେବେ ବାଳକ ଜଣକର ହାତରେ ଷ୍ଟାମ୍ପ ଲଗାଯିବା ପରେ ସେ ଉକ୍ତ ହାତକୁ ଲଗାଇ ଦେଇଥାଇପାରେ । ଏହା ହୋଇଥିବ ବୋଲି ଆମେ ସନ୍ଦେହ କରୁଛୁ । ନଚେତ କାହାର ଗାଲରେ ଷ୍ଟାମ୍ପ ଲଗାଯାଏ ନାହିଁ ।"

ଏହା ମଧ୍ୟ ପଢନ୍ତୁ: Ishaq Dar on Pak situation: ଅର୍ଥମନ୍ତ୍ରୀ କହିଲେ ଆର୍ଥିକ ସଙ୍କଟ ଦୂର କରିବେ ଆଲ୍ହା

ସେ ଆହୁରି ମଧ୍ୟ କହିଛନ୍ତି, "ଏହି ବିଷୟକୁ ଗୁରୁତ୍ବର ସହ ନିଆଯାଇଛି । ଉକ୍ତ ୪ ବର୍ଷର ବାଳକର ପ୍ରତିକ୍ରିୟା ପରେ ତଦନ୍ତ ଆରମ୍ଭ କରାଯିବ । ଯଦି ସତରେ ଜାଣିଶୁଣି ଛାତ୍ରର ଗାଲରେ ଏଭଳି ଷ୍ଟାମ୍ପ ଲଗାଯାଇଥାଏ ତେବେ ଉକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ସୂଚନାଅନୁସାରେ, ଶୁକ୍ରବାର ଦିନ ଭକ୍ତିପୁର ଗ୍ରାମର ଜଣେ ୪ ବର୍ଷର ବାଳକ ନିଜ ଜେଜେ ମାଆ ସହ ଲଖୀମପୁର ଖେରୀ ଜେଲକୁ ଆସିଥିଲା । ଜେଲରେ ବନ୍ଦିଥିବା ଜଣେ ସମ୍ପର୍କୀୟଙ୍କୁ ଦେଖା କରିବା ପାଇଁ ଦୁହେଁ ଆସିଥିଲେ । ଜେଲର ନିୟମ ଅନୁସାରେ, ଜେଲରେ ଥିବା କଏଦୀଙ୍କୁ ଦେଖା କରିବା ପୂର୍ବରୁ ହାତରେ ଏକ ଷ୍ଟାମ ଲଗାଯାଇଥାଏ । କିନ୍ତୁ ଯେତେବେଳେ ନାବାଳକ ଜଣକ ଜେଲ ଭିତରକୁ ପ୍ରବେଶ କରିଥିଲା ସେତେବେଳେ ଜେଲ କର୍ମଚାରୀ ହାତରେ ଷ୍ଟାମ ମାରିବା ବଦଳରେ ଗାଲରେ ମାରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଜେଲରୁ ବାହାରକୁ ଆସିବା ପରେ ନାବାଳର ଜେଜେ ମାଆ ମିଡିଆ ଆଗରେ ସବୁ ସତ ବଖାଣିଥିଲେ । ପ୍ରକାଶଥାଉକି, ଆଶିଷ ମିଶ୍ରା ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଜେଲ ବାହାରେ ରହିଥିଲେ ମିଡିଆ କର୍ମଚାରୀ । ତେବେ ଅଭିଯୋଗ ଅନୁସାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details