ଜୟପୁର:ରାଜସ୍ଥାନ ଜାଲ୍ଲୋର ଜିଲ୍ଲାରେ ଅଘଟଣ । ପାଣିଟାଙ୍କି ପାଇଁ କାମ କନଷ୍ଟ୍ରକସନ ସାଇଟରେ ଏପରି ଘଟଣା ଘଟିଛି । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ମଧ୍ୟ ଜଣାପଡିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଠଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରାଜସ୍ଥାନରେ ମାଟି ଅତଡା ଖସି ୫ ମୃତ - ମାଟି ଅତଡା ଖସି ୫ ମୃତ
ରାଜସ୍ଥାନ ଜାଲ୍ଲୋର ଜିଲ୍ଲାରେ ଅଘଟଣ । ପାଣିଟାଙ୍କି ପାଇଁ କାମ କନଷ୍ଟ୍ରକସନ ସାଇଟରେ ଏପରି ଘଟଣା ଘଟିଛି । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ମଧ୍ୟ ଜଣାପଡିଛି । ଅଧିକ ପଢନ୍ତୁ...

ମାଟି ଅତଡା ଖସି ୫ ମୃତ
ସୂଚନା ଅନୁସାରେ,ଜାଲ୍ଲୋରରେ ଏକ ପାଣିଟାଙ୍କି ଖୋଳିବା କାର୍ଯ୍ୟ ଚାଲିଥିଲା । ଏହି ସମୟରେ ମାଟି ଅତଡା ଖସିଯାଉଥିଲା । କାମ କରୁଥିବା କିଛି ଲୋକେ ସେଠାରେ ଫସି ଯାଇଥିଲେ । ଏନେଇ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଞ୍ଚିଥିଲା । ଏନଡିଆରଏଫ ଟିମ ସହ ସ୍ଥାନୀୟ ଲୋକଙ୍କ ସହ ମିଳିତ ଉଦ୍ୟମରେ ଚାଲିଥିଲା ଉଦ୍ଧାର କାର୍ଯ୍ୟ । ଉଦ୍ଧାର ହୋଇଥିବା ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
@ANI