ଓଡିଶା

odisha

ETV Bharat / bharat

୧୫ ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା - ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଶ୍ରୀଲଙ୍କାର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ଡେଇଁ ମାଛ ଧରିବା ଅଭିଯୋଗରେ ୧୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା । ଅଧିକ ପଢନ୍ତୁ

ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା
ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

By

Published : Nov 7, 2022, 7:02 AM IST

ଥିରୁଅନନ୍ତପୁରମ:୧୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା(Sri Lankan Navy have arrested 15 Indian fishermen) । ସମସ୍ତ ମତ୍ସଜୀବୀ ତାମିଲନାଡୁର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିବା ସୂଚନା ମିଳିଛି । ଶ୍ରୀଲଙ୍କାର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ଡେଇଁ ମାଛ ଧରିବା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି । ଏଥି ସହ ୨ଟି ମତ୍ସଜୀବୀ ବୋଟକୁ ଶ୍ରୀଲଙ୍କାର ନୌସେନା ଜବତ କରିଛି । ଗିରଫ ମତ୍ସ୍ୟଜୀବୀମାନେ ତାମିଲନାଡୁର ରାମନାଥପୁରମ୍ ଜିଲ୍ଲା ରମେଶ୍ୱରମର ହୋଇଥିବା ଜଣାପଡିଛି । ସମୁଦ୍ରରୁ ଗିରଫ ହୋଇଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରେ ଜଣେ 12 ବର୍ଷର ବାଳକ ମଧ୍ୟ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ସନ୍ଧ୍ୟାରେ ପ୍ରାୟ 2500 ମତ୍ସଜୀବୀ ମାଛ ଧରିବାକୁ ତଲାଇମାନର ନିକଟ ଧନୁଶକୋଡିକୁ ଯାଇଥିଲେ । ସେଠାରେ ମାଛ ଧରୁଥିବାବେଳେ ଶ୍ରୀଲଙ୍କା ନୌସେନା ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ପିଛା କରି ୧୫ଜଣଙ୍କୁ ଗିରଫ କରିଥିଲା । ଏନେଇ ମତ୍ସ୍ୟଜୀବୀ ସଂଗଠନର ନେତା କହିଛନ୍ତି ଯେ, 15 ଜଣ ମତ୍ସ୍ୟଜୀବୀଙ୍କୁ ନାଭାଲ ଜାହାଜ ଘେରିବା ପରେ ସେମାନଙ୍କୁ ଗିରଫ କରିଥିଲା । ଦୁଇଟି ଡଙ୍ଗାକୁ ମଧ୍ୟ ଶ୍ରୀଲଙ୍କା ନୌସେନାର ଅଧୀନରେ ରହିଛି । ଗିରଫ ପରେ ମତ୍ସ୍ୟଜୀବୀଙ୍କୁ ତଲାଇମାନନ ନାଭାଲ କ୍ୟାମ୍ପକୁ ନିଆଯାଇଛି ଏବଂ ପଚରାଉଚରା ପରେ ଶ୍ରୀଲଙ୍କା ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯିବ।

ଏହା ମଧ୍ୟ ପଢନ୍ତୁ-ହାଇଦ୍ରାବାଦର ବୋଇତ ବନ୍ଦାଣ ଉତ୍ସବ ପାଳିଲା ଉତ୍କଳ ୟୁଥ ଆସୋସିଏସନ

ତାମିଲନାଡୁର ଅନେକ ମତ୍ସ୍ୟଜୀବୀଙ୍କୁ ଆଇଏମବିଏଲ୍(International Maritime Boundary Line) ପାର୍‌ ହେବା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ଗିରଫ କରିଛି ଏବଂ ସେମାନଙ୍କ ଯାନ୍ତ୍ରିକ ମତ୍ସ୍ୟଜୀବୀ ଡଙ୍ଗା ଜବତ କରାଯାଇଛି । ବହୁମୂଲ୍ୟ ଯାନ୍ତ୍ରିକ ମତ୍ସ୍ୟଜୀବୀ ଡଙ୍ଗା ଜବତ କରାଯିବା ମତ୍ସ୍ୟଜୀବୀଙ୍କ ପାଇଁ ଆର୍ଥିକ ଦୁଃ ଖର କାରଣ ପାଲଟିଛି ।

ABOUT THE AUTHOR

...view details