ଓଡିଶା

odisha

ETV Bharat / bharat

ଆସନ୍ତା 21ରୁ ‘ଜାନ ହୈ ତୋ ଜାହନ ହୈ’ କ୍ୟାମ୍ପେନ ଆରମ୍ଭ କରିବ ସଂଖ୍ୟାଲଘୁ ମନ୍ତ୍ରଣାଳୟ

ସାରା ଦେଶରେ କୋଭିଡ ଟୀକାକରଣ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେବାକୁ ଯାଉଥିବାବେଳେ ଆସନ୍ତା 21 ତାରିଖରୁ ସ୍ବତନ୍ତ୍ର ସଚେତନତା କ୍ୟାମ୍ପେନ ‘ଜାନ ହୈ ତୋ ଜାହନ ହୈ ’ ଆରମ୍ଭ କରିବ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ । ବିଭାଗୀୟ ମନ୍ତ୍ରୀ କରିବେ ଶୁଭାରମ୍ଭ । ଅଧିକ ପଢନ୍ତୁ...

ଆସନ୍ତା 21ରୁ  ‘ଜାନ ହୈ ତୋ ଜାହନ ହୈ ’କ୍ୟାମ୍ପେନ ଆରମ୍ଭ କରିବ ସଂଖ୍ୟାଲଘୁ ମନ୍ତ୍ରଣାଳୟ
ଆସନ୍ତା 21ରୁ ‘ଜାନ ହୈ ତୋ ଜାହନ ହୈ ’କ୍ୟାମ୍ପେନ ଆରମ୍ଭ କରିବ ସଂଖ୍ୟାଲଘୁ ମନ୍ତ୍ରଣାଳୟ

By

Published : Jun 19, 2021, 6:38 PM IST

ନୂଆଦିଲ୍ଲୀ:ସାରା ଦେଶରେ କୋଭିଡ ଟୀକାକରଣ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେବାକୁ ଯାଉଥିବାବେଳେ ଆସନ୍ତା 21 ତାରିଖରୁ ସ୍ବତନ୍ତ୍ର ସଚେତନତା କ୍ୟାମ୍ପେନ ‘ଜାନ ହୈ ତୋ ଜାହନ ହୈ.. ’ ଆରମ୍ଭ କରିବ ସଂଖ୍ୟାଲଘୁ ମନ୍ତ୍ରଣାଳୟ । ଟୀକାକରଣ ସମ୍ପର୍କରେ ଗୁଜବ ଓ ଭୟ ଦୂର କରିବା ସହ ସଚେତନତା ସୃଷ୍ଟି କରିବା ଏହି କ୍ୟାମ୍ପେନର ମୂଳ ଲକ୍ଷ୍ୟ ରହିବ । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭି ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରୁ ଏହି କ୍ୟାମ୍ପେନର ଶୁଭାରମ୍ଭ କରିବେ ।

ଗଣମାଧ୍ୟମକୁ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ନକଭି କହିଛନ୍ତି ଗ୍ରାମାଞ୍ଚଳ ଓ ଦେଶର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଟିକା ନେଇ ପ୍ରଚାରିତ ହେଉଥିବା ଗୁଜବର ଦୂରୀକରଣ, ଟିକା ପ୍ରତି ଲୋକଙ୍କ ଭୟ ଦୂରୀକରଣ, ସଚେତନତା ସୃଷ୍ଚି କରିବା ଆଦି ଉପରେ ଏହି କ୍ୟାମ୍ପେନରେ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯିବ । ଏହି କାର୍ଯ୍ୟକ୍ରମ ବିଭିନ୍ନ ସାମାଜିକ ସଂଗଠନ, ଶୈକ୍ଷିକ ସଂଗଠନ, ସ୍ବଂୟ ସହାୟକ ଗୋଷ୍ଠୀକୁ ସାମିଲ କରାଯିବାର ବ୍ୟବସ୍ଥା ରହିଛି । ବିଭିନ୍ନ ସଂଗଠନର ସହାୟତାରେ ଏହି କ୍ୟାମ୍ପେନକୁ ସଫଳତାର ସହ କାର୍ଯ୍ୟକାରୀ କରିବ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ।

ସେହିପରି କଳା ସାହିତ୍ୟ, ସାଂସ୍କୃତିକ ଓ ଶୈଖିକ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ମଧ୍ୟ ନିଜର ବର୍ତ୍ତା ମାଧ୍ୟମରେ ଏହି କ୍ୟାମ୍ପେନରେ ସାମିଲ ହେବା ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀ ନକଭି ସୂଚନା ଦେଇଛନ୍ତି । ଦେଶରେ ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହେଇଥିବା ସ୍ବାଦେଶୀ ଟୀକା ପ୍ରତି ଭୟ ଦୂର କରିବା, ଟିକାକରଣରେ ପ୍ରକ୍ରିୟାକୁ ଗତି ଦେବାରେ ଏହି କ୍ୟାମ୍ପେନ ବେସ ସହାୟକ ହେବ ବୋଲି ମଧ୍ୟ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details