ଓଡିଶା

odisha

By

Published : Jan 13, 2022, 8:36 AM IST

ETV Bharat / bharat

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର Twitter ଆକାଉଣ୍ଟ ହ୍ୟାକ୍

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଟ୍ବିଟର ଆକାଉଣ୍ଟ ହ୍ୟାକ୍ । ଅଧିକ ପଢନ୍ତୁ

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଟ୍ବିଟର ଆକାଉଣ୍ଟ ହ୍ୟାକ୍
ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଟ୍ବିଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ: ଗତକାଲି(ବୁଧବାର) ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଟ୍ବିଟର ଆକାଉଣ୍ଟ ହ୍ୟାକ୍ ହୋଇଛି(I&B Ministry Twitter account hacked)। ହ୍ୟାକର ମନ୍ତ୍ରାଳୟର ଆକାଉଣ୍ଟ ହ୍ୟାକ୍ କରି ଏଲନ ମସ୍କଙ୍କ ନାମ ସହିତ ମାଛର ପ୍ରୋଫାଇଲ ଫଟୋ ଲଗାଇଥିଲେ ଏବଂ ଗ୍ରେଟ୍ ଜବ୍ ବୋଲି ଟ୍ବିଟ୍ କରିବା ଆରମ୍ଭ କରିଥିଲେ । ଏପରିକି ହ୍ୟାକର ଦ୍ବାରା କିଛି କ୍ଷତିକାରଣ ଲିଙ୍କ ମଧ୍ୟ ପୋଷ୍ଟ କରାଯାଇଥିଲା । ତେବେ କିଛି ସମୟ ପରେ ମନ୍ତ୍ରାଳୟ ଆକାଉଣ୍ଟ ଉପରେ ନିୟନ୍ତ୍ରଣ ଫେରି ପାଇଥିଲା ।

ମନ୍ତ୍ରଣାଳୟ ପକ୍ଷରୁ ପ୍ରୋଫାଇଲ ଫଟୋକୁ ପୁନଃସ୍ଥାପିତ କରାଯିବ ସହ ହ୍ୟାକର ଦ୍ବାରା ପୋଷ୍ଟ କରାଯାଇଥିବା ଟ୍ବିଟ୍ ସବୁ ଡିଲିଟ୍ କରାଯାଇଥିଲା । କହିରଖୁଛୁ କି, ଗତ ଡିସେମ୍ବର ୧୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟର ହ୍ୟାଣ୍ଡେଲକୁ ହ୍ୟାକ୍ ହୋଇଥିଲା ଏବଂ ଭାରତ ସରକାର କ୍ରିପ୍ଟୋକରେନ୍ସିଂ ମାନ୍ୟତା ଦେଇଥିବା ନେଇ ଟ୍ବିଟ୍ କରାଯାଇଥିଲା । ଯଦିଓ ଆକାଉଣ୍ଟକୁ କିଛି କ୍ଷଣ ମଧ୍ୟରେ ସୁରକ୍ଷିତ କରାଯାଇପାରିଥିଲା । ସେହିପରି ଗତବର୍ଷ ଜାନୁୟାରୀ ୩ରେ ମଧ୍ୟ ICWA ଟ୍ବିଟର ଆକାଉଣ୍ଟକୁ ହ୍ୟାକ କରିଥିଲେ ସାଇବର ଅପରାଧି ।

ABOUT THE AUTHOR

...view details