ନୂଆଦିଲ୍ଲୀ:କୋରୋନାର ଦ୍ବିତୀୟ ଲହର ଦେଶରେ ଭୟଙ୍କର ରୂପ ନେଇଥିବା ବେଳେ ଜାରି ରହିଛି ଟୀକାକରଣ । ଦେଶରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଜାରି ରହିଥିବା ବେଳେ ଏହାରି ମଧ୍ୟରେ ଭାରତ 130 ଦିନରେ 200 ମିଲିୟନରୁ ଅଧିକ ଡୋଜ ଟିକା ଦେଇ ଟୀକାକରଣରେ ବିଶ୍ବର ଦ୍ବିତୀୟ ସ୍ଥାନରେ ରହିଛି। ଏହା ପୂର୍ବରୁ ଆମେରିକା 124 ଦିନରେ 200 ମିଲିୟନରୁ ଅଧିକ ଡୋଜ ଟୀକାକରଣ କରି ବିଶ୍ବରେ ପ୍ରଥମ ସ୍ଥାନରେ ରହିଛି ।
ଟୀକାକରଣରେ ବିଶ୍ବର ଦ୍ବିତୀୟ ସ୍ଥାନରେ ଭାରତ - ଆମେରିକା ଟୀକାକରଣ
ଆମେରିକା ପରେ 130 ଦିନରେ 200 ମିଲିୟନରୁ ଅଧିକ ଡୋଜ ଲୋକଙ୍କୁ ଟିକା ଦେଇ ଟୀକାକରଣରେ ବିଶ୍ବର ଦ୍ବିତୀୟ ସ୍ଥାନରେ ଭାରତ । ଅଧିକ ପଢନ୍ତୁ..
![ଟୀକାକରଣରେ ବିଶ୍ବର ଦ୍ବିତୀୟ ସ୍ଥାନରେ ଭାରତ ଆମେରିକା ପରେ ଟୀକାକରଣରେ ଭାରତ ବିଶ୍ବର ଦ୍ବିତୀୟ ସ୍ଥାନରେ](https://etvbharatimages.akamaized.net/etvbharat/prod-images/768-512-11913952-thumbnail-3x2-p.jpg)
ଆମେରିକା ପରେ ଟୀକାକରଣରେ ଭାରତ ବିଶ୍ବର ଦ୍ବିତୀୟ ସ୍ଥାନରେ
ଆମେରିକା 124 ଦିନରେ 200 ମିଲିୟନରୁ ଅଧିକ ଡୋଜ ଟୀକାକରଣ କରିଥିବା ବେଳେ ଭାରତ 130 ଦିନରେ 200 ମିଲିୟନ ଟୀକାକରଣ କରିପାରିଛି । ଭାରତ ଏବେ 200 ମିଲିୟନରୁ ଅଧିକ ଟିକା ଦେଇ ଟୀକାକରଣରେ ବିଶ୍ବର ଦ୍ବିତୀୟ ଦେଶ ହୋଇପାରିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।