ଓଡିଶା

odisha

ଦୁଇ ବର୍ଷର ସର୍ବପ୍ରଥମ PGID ରିପୋର୍ଟ ପ୍ରକାଶିତ

By

Published : Jun 28, 2022, 12:10 PM IST

ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଆଜି ୨୦୧୮-୧୯ ଏବଂ ୨୦୧୯ - ୨୦୨୦ ନିମନ୍ତେ ଜିଲ୍ଲା ମାନଙ୍କର ପ୍ରଦର୍ଶନ ମାନକ ସୂଚକାଙ୍କ (Performance Grading Index for Districts) ପ୍ରକାଶ କରିଛି । ଅଧିକ ପଢନ୍ତୁ

ଦୁଇ ବର୍ଷର ସର୍ବପ୍ରଥମ PGID  ରିପୋର୍ଟ ପ୍ରକାଶିତ
ଦୁଇ ବର୍ଷର ସର୍ବପ୍ରଥମ PGID ରିପୋର୍ଟ ପ୍ରକାଶିତ

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଆଜି ୨୦୧୮-୧୯ ଏବଂ ୨୦୧୯-୨୦୨୦ ନିମନ୍ତେ ଜିଲ୍ଲା ମାନଙ୍କର ପ୍ରଦର୍ଶନ ମାନକ ସୂଚକାଙ୍କ (Performance Grading Index for Districts) ପ୍ରକାଶ କରିଛି । ଯାହା ଜିଲ୍ଲା ସ୍ତରରେ ବିସ୍ତୃତ ବିଶ୍ଲେଷଣ ପାଇଁ ଏକ ସୂଚକାଙ୍କ ସୃଷ୍ଟି କରି ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରଦର୍ଶନକୁ ଆକଳନ କରିଥାଏ । ପ୍ରାୟ ୧୫ ଲକ୍ଷ ବିଦ୍ୟାଳୟ, ୯୭ ଲକ୍ଷ ଶିକ୍ଷକ ଏବଂ ବିଭିନ୍ନ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୨୬ କୋଟି ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ବୃହତମ ଶିକ୍ଷା ବ୍ୟବସ୍ଥା ଅଟେ ।

ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ରାଜ୍ୟ ଗୁଡିକ ପାଇଁ ପ୍ରଦର୍ଶନ ମାନକ ସୂଚକାଙ୍କ (ପିଜିଆଇ) ପ୍ରସ୍ତୁତ କରିଛନ୍ତି । ବର୍ଷ ୨୦୧୭ - ୧୮ ଠାରୁ ୨୦୧୯ - ୨୦ ପର୍ଯ୍ୟନ୍ତ ସମୟର ସନ୍ଦର୍ଭ (ରେଫରେନ୍ସ) ବର୍ଷ ଗୁଡିକ ପାଇଁ ପ୍ରଦର୍ଶନ ମାନକ ସୂଚକାଙ୍କ ପ୍ରକାଶ କରିଛନ୍ତି । ରାଜ୍ୟ ପିଜିଆଇର ସଫଳତା ଉପରେ ଆଧାର କରି ସମସ୍ତ ଜିଲ୍ଲାରେ ବିଦ୍ୟାଳୟ ଶିକ୍ଷାରେ ପ୍ରଦର୍ଶନର ମାନ ସ୍ଥିର କରିବା ପାଇଁ ଜିଲ୍ଲା ପାଇଁ ୮୩ ସୂଚକ ଆଧାରିତ ପିଜିଆଇ ପ୍ରସ୍ତୁତ କରାଯାଇଛି ।

ଅନ୍‌ଲାଇନ ପୋର୍ଟାଲ ଜରିଆରେ ଜିଲ୍ଲା ମାନଙ୍କ ଦ୍ୱାରା ତଥ୍ୟ ଗୁଡିକ ପୂରଣ କରାଯାଇଛି । ପିଜିଆଇ-ରାଜ୍ୟ ଶିକ୍ଷା ବିଭାଗ ଗୁଡିକୁ ଜିଲ୍ଲା ସ୍ତରରେ ଥିବା ବ୍ୟବଧାନ ଗୁଡିକୁ ଚିହ୍ନଟ କରିବାରେ ଏବଂ ସେମାନଙ୍କର ପ୍ରଦର୍ଶନକୁ ଏକ ବିକେନ୍ଦ୍ରୀକୃତ ଶୈଳୀରେ ଉନ୍ନତ କରିବାରେ ସାହାଯ୍ୟ କରିବ । ସୂଚକ- ଭିତ୍ତିକ ପିଜିଆଇ ସ୍କୋର ଏକ ଜିଲ୍ଲା କେଉଁ କ୍ଷେତ୍ର ଗୁଡିକରେ ଉନ୍ନତି କରିବାର ଆବଶ୍ୟକତା ରହିଛି ତାହାକୁ ଦର୍ଶାଇଥାଏ । ପିଜିଆଇ-ଡି ସମସ୍ତ ଜିଲ୍ଲାର ଆପେକ୍ଷିକ ପ୍ରଦର୍ଶନକୁ ଏକ ସମାନ ପରିମାପକରେ ପ୍ରତିଫଳିତ କରିବ ଯାହା ସେମାନଙ୍କୁ ଉନ୍ନତ ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହିତ କରିବ ।

ପିଜିଆଇ-ଡି ସଂରଚନା ୮୩ ଟି ସୂଚକ ମଧ୍ୟରେ ମୋଟ ୬୦୦ ପଏଣ୍ଟର ଗୁରୁତ୍ୱକୁ ନେଇ ଗଠିତ। ଯେଉଁ ଗୁଡିକୁ ୬ ଗୋଟି ବର୍ଗ ଅଧିନରେ ରଖା ଯାଇଛି । ଯାହା-ଫଳାଫଳ, ପ୍ରଭାବଶାଳୀ ଶ୍ରେଣୀ ଗୃହ, ଭିତ୍ତିଭୂମି ସୁବିଧା ସୁଯୋଗ, ଶିକ୍ଷାର୍ଥୀ ମାନଙ୍କର ଆବଶ୍ୟକତା, ସ୍କୁଲ ନିରାପତା, ଶିଶୁ ସୁରକ୍ଷା, ଡିଜିଟାଲ ଶିକ୍ଷା ଏବଂ ପରିଚାଳନା ପ୍ରକ୍ରିୟା । ଏହି ବର୍ଗ ଗୁଡିକ ପୁନଶ୍ଚ ୧୨ ଗୋଟି ପରିସରରେ ବିଭକ୍ତ ହୋଇଛି ।

ଏହାବାଦ ପିଜିଆଇ- ଡି ଜିଲ୍ଲା ଗୁଡିକୁ ଦଶଗୋଟି ମାନକରେ ମାନକଭୁକ୍ତ କରିଥାଏ । ଯେଉଁଥିରେ ରହିଛି ସର୍ବାଧିକ ହାସଲ ଯୋଗ୍ୟତା ଗ୍ରେଡ ହେଉଛି ଦକ୍ଷ, ଯାହା ସେହି ବର୍ଗରେ ଥିବା ସାମଗ୍ରିକ ଭାବରେ ମୋଟ ପଏଣ୍ଟର ୯୦ ପ୍ରତିଶକରୁ ଅଧିକ ସ୍କୋର କରୁଥିବା ଜିଲ୍ଲା ମାନଙ୍କ ପାଇଁ ଉଦ୍ଦିଷ୍ଟ । ପିଜିଆଇ–ଡିର ସର୍ବନିମ୍ନ ମାନକକୁ ଆକାଂକ୍ଷୀ -୩ କୁହାଯାଇଥାଏ । ଯାହା ହେଉଛି ମୋଟ ପଏଣ୍ଚର ୧୦% ସ୍କୋର । ପିଜିଆଇ-ଡିର ଏକ ମାତ୍ର ଉଦ୍ଦେଶ୍ୟ ହେଉଛି, ସ୍କୁଲ ଶିକ୍ଷାରେ ପ୍ରାଥମିକତାର କ୍ଷେତ୍ର ଗୁଡିକ ପାଇଁ ହସ୍ତକ୍ଷେପ କରିବା ନିମନ୍ତେ ଜିଲ୍ଲା ମାନଙ୍କୁ ସାହାଯ୍ୟ କରିବା । ଏହିଭଳି ଭାବରେ ସର୍ବୋଚ୍ଚ ଗ୍ରେଡରେ ପହଞ୍ଚାଇବା ପାଇଁ ଉନ୍ନତି କରିବାକୁ ସହାୟତା କରିବା ।

ABOUT THE AUTHOR

...view details