ଓଡିଶା

odisha

ପିଏମ ଗତିଶକ୍ତି ଯୋଜନାରେ କୋଇଲା ମନ୍ତ୍ରଣାଳୟ ୧୩ଟି ରେଳ ପ୍ରକଳ୍ପ ହାତକୁ ନେଲା

By

Published : Jun 3, 2022, 8:39 PM IST

କେନ୍ଦ୍ର କୋଇଲା ପରିବହନ କ୍ଷେତ୍ରରେ ପରିବେଶ ପ୍ରଦୂଷଣକୁ ରୋକିବା ଏବଂ ଖଣି ଅଞ୍ଚଳରୁ ବିଭିନ୍ନ ଲକ୍ଷ୍ୟ ସ୍ଥଳକୁ ତ୍ବରିତ କୋଇଲା ପହଞ୍ଚାଇବା ଉପରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଗୁରୁତ୍ବ ଦେଇଛି । ଏହି ପ୍ରୟାସରେ ସଡକ ପଥରେ କୋଇଲା ପରିବହନକୁ ଯଥେଷ୍ଟ ହ୍ରାସ କରି ରେଳ ପରିବହନକୁ ବଢାଇବାକୁ ମନ୍ତ୍ରଣାଳୟ ଉଦ୍ୟମ କରୁଛି । ଅଧିକ ପଢନ୍ତୁ

ପିଏମ ଗତିଶକ୍ତି ଯୋଜନାରେ କୋଇଲା ମନ୍ତ୍ରଣାଳୟ ୧୩ ଟି ରେଳ ପ୍ରକଳ୍ପ ହାତକୁ ନେଲା
ପିଏମ ଗତିଶକ୍ତି ଯୋଜନାରେ କୋଇଲା ମନ୍ତ୍ରଣାଳୟ ୧୩ ଟି ରେଳ ପ୍ରକଳ୍ପ ହାତକୁ ନେଲା

ନୂଆଦିଲ୍ଲୀ: କେନ୍ଦ୍ର କୋଇଲା ପରିବହନ କ୍ଷେତ୍ରରେ ପରିବେଶ ପ୍ରଦୂଷଣକୁ ରୋକିବା ଏବଂ ଖଣି ଅଞ୍ଚଳରୁ ବିଭିନ୍ନ ଲକ୍ଷ୍ୟ ସ୍ଥଳକୁ ତ୍ବରିତ କୋଇଲା ପହଞ୍ଚାଇବା ଉପରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଗୁରୁତ୍ବ ଦେଇଛି । ଏହି ପ୍ରୟାସରେ ସଡକ ପଥରେ କୋଇଲା ପରିବହନକୁ ଯଥେଷ୍ଟ ହ୍ରାସ କରି ରେଳ ପରିବହନକୁ ବଢାଇବାକୁ ମନ୍ତ୍ରଣାଳୟ ଉଦ୍ୟମ କରୁଛି ।

ସେଥିପାଇଁ କୋଇଲା ମନ୍ତ୍ରଣାଳୟ ନୂଆ କୋଇଲାଖଣି ଇଲାକାରେ ନୂତନ ବ୍ରଡଗେଜ ରେଳପଥ ନିର୍ମାଣ କରିବାକୁ ଯୋଜନା କରୁଛି । ଏଥିରେ କୋଇଲା ବୋଝେଇ ସ୍ଥଳ ପର୍ଯ୍ୟନ୍ତ ରେଳପଥର ସଂପ୍ରସାରଣ କରଯିବ । ଆବଶ୍ୟକସ୍ଥଳେ କେତେକ ସ୍ଥାନରେ ରେଳଲାଇନକୁ ଦୋହରା ଓ ତିନିଟିକିଆ କରିବାକୁ ମନ୍ତ୍ରଣାଳୟ ଚିନ୍ତା କରୁଛି । ଯଥା ସମ୍ଭବ ଅଧିକରୁ ଅଧିକ କୋଇଲା ପରିବହନ ରେଳଯୋଗେ କରିବାକୁ ବିଚାର କରାଯାଉଛି ।

ଗତ ୨୦୨୧ ଅକ୍ଟୋବରରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପିଏମ ଗତିଶକ୍ତି ଯୋଜନାର ଶୁଭାରମ୍ଭ ହୋଇଥିଲା । ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ମିଳିତ ପ୍ରୟାସରେ ଦେଶର ଭିତ୍ତିଭୂମି କ୍ଷେତ୍ରର ବିକାଶକୁ ଗୁରୁତ୍ବ ଦିଆଯାଇଥିଲା । ସଂଯୋଗ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ମନ୍ତ୍ରଣାଳୟ ନିଜ ନିଜ ମଧ୍ୟରେ ସମନ୍ବୟ ଓ ସହଯୋଗ ରକ୍ଷା କରି ଏହାକୁ କାର୍ଯ୍ୟକାରୀ କରୁଛନ୍ତି । ଏଥିରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପମାନ ନିର୍ମାଣ କରାଯାଉଛି । ଏହି ପ୍ରକ୍ରିୟାରେ ରାଜ୍ୟ ସରକାରମାନଙ୍କୁ ମଧ୍ୟ ସମ୍ପୃକ୍ତ କରାଯାଇଛି ଓ ଏଥିପାଇଁ ବୈଷୟିକ ତଥା ଅନ୍ୟାନ୍ୟ ସହାୟତା ବିଭିନ୍ନ ପ୍ରକଳ୍ପ ନିମନ୍ତେ ଯୋଗାଇ ଦିଆଯାଉଛି ।

ପିଏମ ଗତିଶକ୍ତି ଯୋଜନାର ଲକ୍ଷ୍ୟ ଭିତ୍ତିରେ କୋଇଲା ମନ୍ତ୍ରଣାଳୟ ୧୩ଟି ବହୁମୁଖୀ (ମଲ୍ଟି ମୋଡାଲ) ରେଳ ସଂଯୋଗ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି । ପ୍ରତ୍ୟେକ ପ୍ରକଳ୍ପରେ ଥିବା ଭିତ୍ତିଭୂମିର ଅଭାବକୁ ପ୍ରଥମେ ଚିହ୍ନଟ କରାଯାଇ ତା’ ପରେ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଉଛି । ହାଇ ଇମ୍ପ୍ୟାକ୍ଟ ପ୍ରୋଜେକ୍ଟ (ଅତି ପ୍ରଭାବଶାଳୀ ପ୍ରକଳ୍ପ) ଭାବେ ୪ଟି ଚିହ୍ନଟ କରାଯାଇ ଇତିମଧ୍ୟରେ ତାହାର ମାନଚିତ୍ରକୁ ଏନଏମପି ପୋର୍ଟାଲରେ ସ୍ଥାନିତ କରାଯାଇଛି । ଏହି ଚାରିଟି ପ୍ରକଳ୍ପ ଓଡିଶା ଓ ଝାଡଖଣ୍ଡରେ କାର୍ଯ୍ୟକାରୀ ହେବ ।

ସମ୍ପୃକ୍ତ ରେଳପ୍ରକଳ୍ପ ନିର୍ମିତ ହେଲେ କୋଇଲା ଖଣି ଅଞ୍ଚଳରୁ ଦେଶର ବିଭିନ୍ନ ସ୍ଥାନକୁ କୋଇଲ ଯୋଗାଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିବ । ଏହା ଦ୍ବାରା ବ୍ୟାବସାୟିକ ଭିତ୍ତିରେ କୋଇଲ ଉତ୍ତୋଳନ କରୁଥିବା କମ୍ପାନୀ ଓ କୋଇଲା ପରିବହନ ପାଇଁ ଉତ୍ତମ ସୁବିଧା ପାଇବେ । ରେଳଯୋଗେ କୋଇଲା ପରିବହନ ଅଧିକ ହେଲେ ବାୟୁ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇବ ଏବଂ ପରିବେଶ ସୁରକ୍ଷିତ ହେବ ।

@ANI

For All Latest Updates

TAGGED:

ABOUT THE AUTHOR

...view details