ଓଡିଶା

odisha

By

Published : Sep 18, 2021, 10:36 PM IST

ETV Bharat / bharat

ଏଣିକି 85% ଯାତ୍ରୀ କ୍ଷମତା ସହ ଉଡିବ ବିମାନ

ବିମାନ ଚଳାଚଳ କ୍ଷେତ୍ରରେ କୋହଳ ହେଲା କଟକଣା । 85% ଯାତ୍ରୀ କ୍ଷମତା ସହ ବିମାନ ଯାତ୍ରାକୁ ଅନୁମତି ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ଏଣିକି 85% ଯାତ୍ରୀ କ୍ଷମତା ସହ ଉଡିବ ବିମାନ
ଏଣିକି 85% ଯାତ୍ରୀ କ୍ଷମତା ସହ ଉଡିବ ବିମାନ

ନୂଆଦିଲ୍ଲୀ:ବିମାନ ଚଳାଚଳ କ୍ଷେତ୍ରରେ ଜାରି ହୋଇଥିବା ପୂର୍ବ କଟକଣାକୁ ସାମାନ୍ୟ କୋହଳ କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ପୂର୍ବରୁ ଯାତ୍ରୀ କ୍ଷମତା 72.5% ଥିବାବେଳେ ବର୍ତ୍ତମାନ ଏହାକୁ 85% କୁ ବୃଦ୍ଧି କରିବା ପାଇଁ ଅନୁମତି ଦେଇଛି ମନ୍ତ୍ରଣାଳୟ ।

ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ଅଗଷ୍ଟ 12 ରୁ ପରିବହନକାରୀମାନେ ସେମାନଙ୍କ ପ୍ରି-କୋଭିଡ ଘରୋଇ ବିମାନର 72.5 ପ୍ରତିଶତ ଯାତ୍ରୀ କ୍ଷମତା ଅନୁସାରେ ଯାତ୍ରା କରୁଛନ୍ତି। ସେହିପରି ପୂର୍ବରୁ ଅର୍ଥାତ ଜୁଲାଇ 5 ରୁ ଅଗଷ୍ଟ 12 ମଧ୍ୟରେ ମାତ୍ର 65% କ୍ଷମତା ଥିବାବେଳେ ଜୁନ୍ 1 ରୁ ଜୁଲାଇ 5 ମଧ୍ୟରେ କ୍ୟାପ୍ 50 ପ୍ରତିଶତ ଥିଲା।

ସହଯାତ୍ରୀ ପରିବହନ ଜାରି ରଖିଥିଲେ ବିଭିନ୍ନ ଘରୋଇ କମ୍ପାନୀ । ବର୍ତ୍ତମାନ କେବଳ 15 ଦିନ ପାଇଁ ଭଡା ବ୍ୟାଣ୍ଡ ପ୍ରଯୁଜ୍ୟ ହେବ, ମାସର ଅବଶିଷ୍ଟ 15 ଦିନ ପାଇଁ ଏୟାରଲାଇନ୍ସ ଭଡା ବ୍ୟାଣ୍ଡରେ ରହିବା ଆବଶ୍ୟକ ନୁହେଁ ବୋଲି ମନ୍ତ୍ରଣାଳର ପକ୍ଷରୁ ନିଷ୍ପତ୍ତି ନେଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details