ଓଡିଶା

odisha

By

Published : Apr 6, 2022, 3:18 PM IST

ETV Bharat / bharat

World Health Day: ଆସନ୍ତାକାଲି 'ଯୋଗ ଅମୃତ ମହୋତ୍ସବ' ପାଳନ କରିବ ଆୟୁଷ ମନ୍ତ୍ରଣାଳୟ

ଆସନ୍ତାକାଲି ବିଶ୍ବ ସ୍ବାସ୍ଥ୍ୟ ଦିବସ। ଏହି ଅବସରରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ 'ଯୋଗ ଅମୃତ ମହୋତ୍ସବ' ପାଳନ କରାଯିବ। ଅଧିକ ପଢ଼ନ୍ତୁ

ministry of ayush to celebrate yoga amrit mahotsav on world health day
World Health Day: ଆସନ୍ତାକାଲି 'ଯୋଗ ଅମୃତ ମହୋତ୍ସବ' ପାଳନ କରିବ ଆୟୁଷ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆସନ୍ତାକାଲି ବିଶ୍ବ ସ୍ବାସ୍ଥ୍ୟ ଦିବସ। ଏହି ଅବସରରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ 'ଯୋଗ ଅମୃତ ମହୋତ୍ସବ' ପାଳନ କରାଯିବ। ନୂଆଦିଲ୍ଲୀସ୍ଥିତ ରେଡ ଫୋର୍ଟରେ ସାଧାରଣ ଯୋଗ ପ୍ରୋଟୋକଲ ପ୍ରଦର୍ଶନ ଉଦ୍ଦେଶ୍ୟରେ ଏପ୍ରିଲ 7ରୁ ଜୁନ 21 (International Day of Yoga)ତାରିଖ ଯାଏଁ 75 ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ ବିର୍ଲା ମୁଖ୍ୟ ଅତିଥି ଭାବରେ ଯୋଗଦେବାର ସୂଚନା ରହିଛି। ଏଥିସହ ସମସ୍ତ କେନ୍ଦ୍ର ମନ୍ତ୍ରୀ, ସଂସଦର ସଦସ୍ୟ ତଥା ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗଦେବେ । ଯୋଗକୁ ବିଶ୍ବବ୍ୟାପୀ ଗ୍ରହଣ କରିବା ଦେଶ ପାଇଁ ଗର୍ବର ବିଷୟ ବୋଲି କେନ୍ଦ୍ର ମନ୍ତ୍ରୀ ଆୟୁଷ ସର୍ବାନନ୍ଦ ସୋନୋୱାଲ କହିଛନ୍ତି । ଯୋଗକୁ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରାଯାଇଛି। ତେଣୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି ।

ଅନ୍ତର୍ଜାତୀୟ ଯୋଗ ଦିବସ ପର୍ଯ୍ୟନ୍ତ ହେବାକୁ ଥିବା 75 ଦିନିଆ କାର୍ଯ୍ୟକ୍ରମ ସମୟରେ ଯୋଗ ମାଧ୍ୟମରେ ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ପ୍ରେରଣା ଯୋଗାଇବ । ଯାହା 'ଆଜାଦି କା ଅମୃତ ମହୋତ୍ସବ' ଉତ୍ସବର ଏକ ଅଂଶ ଭାବରେ ଦେଶର 75ଟି ସାଇଟରେ ପାଳନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details