ଭୋପାଳ: ମହିଳା କନେଷ୍ଟବଲ ହେଲେ ଗୃହମନ୍ତ୍ରୀ । ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଗୋଟିଏ ଦିନ ପାଇଁ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି ମହିଳା କନଷ୍ଟେବଲ ମୀନାକ୍ଷୀ ବର୍ମା । ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଲୋକଙ୍କ ସମସ୍ୟା ବୁଝି କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ମଧ୍ୟପ୍ରେଦଶରେ ମୀନାକ୍ଷୀ ବର୍ମା ନାମକ ମହିଳା କନେଷ୍ଟବଲ ଗୋଟିଏ ଦିନ ପାଇଁ ଗୃହମନ୍ତ୍ରୀ ହୋଇଛନ୍ତି । ମଧ୍ୟପ୍ରଦେଶ ଶିବରାଜ ସରକାରର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ନିଜ ଚୌକି ପ୍ରଦାନ କରି ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଯେଉଁଠାରେ ନାରୀର ସମ୍ମାନ ଅଛି ସେଠାରେ ସଂସ୍କୃତିର ଉତଥାନ ଅଛି । ମୁଁ ନିଜର ସ୍ଥାନ ପ୍ରଦାନ କରି କହୁଛି ଯେ ନାରୀ ଅପାର ଶକ୍ତିର ଅଧିକାରୀ ବୋଲି କହିଛନ୍ତି ।