ଓଡିଶା

odisha

ETV Bharat / bharat

ସ୍ବଦେଶୀ BSNL 4G ନେଟୱାର୍କରୁ ପ୍ରଥମ ଫୋନକଲ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ - BSNL 4G network

ପ୍ରଥମ ଥର ଭାରତରେ ନିର୍ମିତ ଭାରତ ସଞ୍ଚାର ନିଗମ ଲିମିଟେଡ(BSNL)ର 4G ନେଟୱାର୍କରୁ ପ୍ରଥମ ଫୋନକଲ୍‌ କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଜୁକ୍ତିବିଦ୍ୟାମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ...

ସ୍ବଦେଶୀ BSNL 4G ନେଟୱାର୍କରୁ ପ୍ରଥମ ଫୋନକଲ୍‌ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ସ୍ବଦେଶୀ BSNL 4G ନେଟୱାର୍କରୁ ପ୍ରଥମ ଫୋନକଲ୍‌ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

By

Published : Oct 10, 2021, 9:36 PM IST

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଦିଗରେ ଦେଶବାସୀଙ୍କ ପାଇଁ ବଡ ଉପଲବ୍ଧି । ପ୍ରଥମ ଥର ଭାରତରେ ନିର୍ମିତ ଭାରତ ସଞ୍ଚାର ନିଗମ ଲିମିଟେଡ(BSNL)ର 4G ନେଟୱାର୍କରୁ ପ୍ରଥମ ଫୋନକଲ କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଜୁକ୍ତିବିଦ୍ୟାମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ବିଏସଏନଏଲର 4G ନେଟୱାର୍କ ଭାରତରେ ତିଆରି ହୋଇଥିବାବେଳେ ସମ୍ପୂର୍ଣ୍ଣ ଭାବରେ ସ୍ବଦେଶୀ ଜ୍ଞାନ କୌଶଳରେ ଡିଜାଇନ ହୋଇଛି । ବିଏସଏନଏଲର 4G ନେଟୱାର୍କରୁ ପ୍ରଥମ ଫୋନ କଲ୍‌ କରିଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ଅଶ୍ବିନୀ ।

କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ବିଏସଏନଏଲର ଏହି ନେଟୱାର୍କ ଭାରତରେ ନିର୍ମିତ ଓ ଡିଜାଇନ ହୋଇଛି । ଏହା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ଭିଜନକୁ ଦର୍ଶାଇଛନ୍ତି ବୈଷ୍ଣବ ।

ନିକଟରେ ଟେଲିକମ କ୍ଷେତ୍ରରେ 100 ପ୍ରତିଶତ FDI କୁ ମଞ୍ଜୁର ପ୍ରଦାନ କରିଥିଲେ କେନ୍ଦ୍ର ସରକାର । ଟେଲିକମ କ୍ଷେତ୍ରରେ ୯ଟି ସଂସ୍କାରକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା ।

ABOUT THE AUTHOR

...view details