ପାଟନା:ବାଇକ ଇଞ୍ଜିନିରୁ ନିର୍ମାଣ କରାଯାଇଛି 4 ଚକିଆ ଜିପ ।ଏପରି କିଛି ନୂଆ ଉଦ୍ଧାବନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିହାରର ପଶ୍ଚିମ ଚମ୍ପାରନ୍ ଜିଲ୍ଲାର ଚାନପାଟିଆ ବ୍ଲକର ଚୁହ୍ରିରେ ଏକ ଗ୍ରିଲ୍ ଗେଟ୍ ନିର୍ମାତା । ଏହି ଜିପରେ 4 ଜଣ ବସି ଯାତ୍ରା କରିପାରିବେ । ଏହି 4 ଟି ସିଟ୍ ମିନି କ୍ଲାସିକ୍ ଜିପ୍ ର ଲୁକ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଦେଖିବା ପାଇଁ ମଧ୍ୟ ଉତ୍ସୁକତା ବଢିବାରେ ଲାଗିଛି । ଏଥିରେ ବାଇକ ଇଞ୍ଜିନ ଲାଗି ଥିବାରୁ ଏହା ଚାରି ଚକିଆ ଯାନ ଠାରୁ ଅଧିକ ମାଇଲେଜ ପ୍ରଦାନ କରୁଛି । ମାତ୍ର 1 ଲିଟର ପେଟ୍ରୋଲରେ 30 କି.ମି ପର୍ଯ୍ୟନ୍ତ ମାଇଲେଜ ମିଳୁଥିବା କହିଛନ୍ତି ଏହାର ନିର୍ମଣାକାରୀ ।
4 ସିଟର ମିନି କ୍ଲାସିକ୍ ଜିପ୍:-
ବିହାରର ବେଟିଆ ଜିଲ୍ଲାର ଚୁହଡି ନିବାସୀ ଲୋହା ସିଂ କୋରୋନା ଲକଡାଉନ ସମୟରେ ଜିବୀକା ହରାଇବା ସହ ଘରେ ବସିବାକୁ ପଡିଲା । ଦିନେ ସେ ୟ୍ୟୁଟୁବରୁ କ୍ଲାସିକ୍ ଜିପ ନିର୍ମାଣ ସମ୍ପର୍କରେ ତଥ୍ୟ ସଂଗ୍ରହ କଲେ । ଏକ ନୂତନ ଚିନ୍ତାଧାରା ମଧ୍ୟ ତାଙ୍କୁ ବେସ ଅନୁପ୍ରାଣିତ କରିଥିଲା । ସଂକୀର୍ଣ୍ଣ ରାସ୍ତାରେ ଯାତାୟାତ କରୁପାରୁଥିବା କ୍ଲାସିକ ମଡେଲର ଜିପ ନିର୍ମଣା କରିବା ପାଇଁ ସେ ଆଗ୍ରହ ପ୍ରକାଶ କଲେ । ୟୁଟ୍ୟୁବର ସାହାଯ୍ୟ ନେଇ 40 ରୁ 50 ଦିନ କଠିନ ପରିଶ୍ରମ ପରେ ଦୁଇ ଚକିଆ ବାଇକ ଇଞ୍ଜିନରୁ 4ଟି ସିଟ୍ ମିନି କ୍ଲାସିକ୍ ଜିପ୍ ତିଆରି କଲା ।
ଏକ ଲିଟରରେ 30 କିଲୋମିଟର ମାଇଲେଜ୍:
ମିନି କ୍ଲାସିକ୍ ଜିପରେ ଡ୍ରାଇଭର ସମେତ ଚାରି ଜଣ ବ୍ୟକ୍ତି ଏକକାଳୀନ ଯାତ୍ରା କରିପାରିବେ । ସର୍ବାଧିକ ପ୍ରାୟ 5 କ୍ୱିଣ୍ଟାଲ ଓଜନର ପର୍ଯ୍ୟନ୍ତ ଏହି ଯାନ ବହନ କରିବା ପାଇଁ ସକ୍ଷମ ମଧ୍ୟ । କୌଣସି ପ୍ରକାର ରାସ୍ତାରେ ଏହା ପ୍ରଚଳ କ୍ଷମ ମଧ୍ୟ ହୋଇପାରିବା ପରି ନିର୍ମାଣ ହୋଇଛି । ପ୍ରସ୍ତୁତକାରୀ ଲୋହା ସିଂ କହିଛନ୍ତି , CBZ ବାଇକର 150 ସିସି ଇଞ୍ଜିନ ଏହି ଜିପରେ ବ୍ୟବହାର କରାଯାଇଛି । ସେହିପରି ଟେମ୍ପୋର ଗିୟର ବକ୍ସ ମଧ୍ୟ ବ୍ୟବହାର କରାଯାଇଛି । ଏହାର ଷ୍ଟାର୍ଟ ପ୍ରଣାଳୀ ଅତି ସହଜ ହୋଇଥିବା ବେଳେ ଏହା ଗୋଟିଏ ଲିଟର ପେଟ୍ରୋଲରେ ପ୍ରାୟ 30 କିମି ମାଇଲେଜ ପ୍ରଦାନ କରିପାରୁଛି ।