ଓଡିଶା

odisha

ETV Bharat / bharat

ଘରେ ଘରେ ଫୁଟବଲର, ହରିୟାଣାର ଏହି ଗାଁରେ ଅଛନ୍ତି 24 ଅନ୍ତରାଷ୍ଟ୍ରୀୟ ଖେଳାଳୀ - 3mp pkg

ଦୃଢ ନିଷ୍ଠା, କିଛି କରି ଦେଖାଇବର ଜିଦ୍‌ ଓ ସଂଘର୍ଷ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ହରିୟାଣା ଭିୱାନୀ ଜିଲ୍ଲାର ଛୋଟିଆ ଗାଁ ଅଲଖପୁରାରେ । ଏହି ଗାଁର ଝିଅମାନେ ତମାମ ଅଭାବ, ଅସୁବିଧା-ସମସ୍ୟା ପରେ ବି ପହଞ୍ଚିଛନ୍ତି ସଫଳତାର ଶିଖରରେ ଫୁଟବଲ କିକରେ ସମଗ୍ର ବିଶ୍ବରେ ଦେଖାଇଛନ୍ତି କମାଲ ..

ଘରେ ଘରେ ଫୁଟବଲର, ହରିୟାଣାର ଏହି ଗାଁରେ ଅଛନ୍ତି ଦୁଇ ଡର୍ଜନ ଅନ୍ତରାଷ୍ଟ୍ରୀୟ ଖେଳାଳୀ
ଘରେ ଘରେ ଫୁଟବଲର, ହରିୟାଣାର ଏହି ଗାଁରେ ଅଛନ୍ତି ଦୁଇ ଡର୍ଜନ ଅନ୍ତରାଷ୍ଟ୍ରୀୟ ଖେଳାଳୀ

By

Published : Nov 30, 2020, 7:49 PM IST

ଭିୱାନୀ: ଆପଣ କେବେ ଭାରତର ଏଭଳି କୌଣସି ଗାଁ ଦେଖିଛନ୍ତି, ଯେଉଁଠିକାର ଛୁଆ, ଯୁବକ, ଅର୍ଦ୍ଧବୟସ୍କ ସମସ୍ତେ ଫୁଟବଲ ଦିୱାନା । ସୁଟ ସାଲୱାର, ଘାଘରାରେ ମହିଳା ମାରୁଛନ୍ତି ଜବରଦସ୍ତ କିକ୍‌ । ମୁଣ୍ଡରେ ଓଢଣୀ ଥିଲେ ବି କମିନି ଜୋଶ । ଏଇଥିପାଇଁ ହରିୟାଣା ଭିୱାନୀ ଜିଲ୍ଲାର ଛୋଟିଆ ଗାଁ ଅଲଖପୁରା ଗାଁ ମିନି ବ୍ରାଜିଲ ନାଁରେ ସୃଷ୍ଟି କରିଛି ଅନନ୍ୟ ପରିଚୟ । ଗାଁର ସକାଳ ଆରମ୍ଭ ହୁଏ କିକ୍‌ରୁ .. ଆଉ ରାତି ଶେଷ ହୁଏ କିକ୍‌ ରେ... । ଫୁଟବଲ ପ୍ରତି ଗ୍ରାମବାସୀଙ୍କ ଯୋଶ, ପାଗଳପଣ ଦେଖି ରାଜ୍ୟ ସରକାର ଏଠାରେ ସ୍ବତନ୍ତ୍ର ଭାବେ 2 ଫୁଟବଲ କୋଚଙ୍କୁ ନିଯୁକ୍ତି ଦେଇଛନ୍ତି ।

ଘରେ ଘରେ ଫୁଟବଲର, ହରିୟାଣାର ଏହି ଗାଁରେ ଅଛନ୍ତି ଦୁଇ ଡର୍ଜନ ଅନ୍ତରାଷ୍ଟ୍ରୀୟ ଖେଳାଳୀ

ତେବେ ଏହି ଗାଁ ରେ ଏଭଳି କଣ ଚମତ୍କାର ହେଲା କି ଆବାଳ-ବୃଦ୍ଧୃ-ବନିତା ସମସ୍ତେ ଫୁଟବଲ ପ୍ରେମରେ ବାୟା । କାହାଣୀ, 2009 ମସିହାର.. ଏହି ଗାଁରେ 11 ଝିଅ ଟିମ ଗଠନ କରି ଗାଁ ସ୍କୁଲରେ ଖେଳିବା ଆରମ୍ଭ କଲେ । ଆଉଏହା ତାଙ୍କ ପିଟିଆଇ ଶିକ୍ଷକ ଗୋବର୍ଦ୍ଧନ ଶର୍ମାଙ୍କ ନଜରରେ ପଡିଥିଲା । ଝିଅମାନଙ୍କ ଟ୍ୟାଲେଣ୍ଟ ଦେଖି ସେମାନଙ୍କୁ ସେ ଫୁଟବଲ ଶିଖାଇବାରେ ଲାଗିଗଲେ । ଜୋରଦାର ପ୍ରକ୍ଟିସ ପରେ ଗାଁର ଝିଅମାନେ ଜାତୀୟ ସ୍ତରରେ ହାତେଇଲେ ମେଡାଲ । ବାସ, ତାପରଠୁ ଏହି ମେଡାଲ ଅଲଖପୁର ଗାଁର ପିଲାମାନଙ୍କୁ ଏଭଳି ନିଶା ଲଗାଇଲା କି ଆଜି ଏହି ଗାଁରେ ପ୍ରାୟ 200 ଜାତୀୟ ଖେଳାଳୀଙ୍କ ଟିମ୍ ପ୍ରସ୍ତୁତ । ବଡ କଥା କି ଏଥିରେ ଅଧିକାଂଶ ଝିଅ ଅଛନ୍ତି ।

ଏହି ଛୋଟିଆ ଗାଁର ଦକ୍ଷ ଫୁଟବଲରଙ୍କ ପାଇଁ ପରିଚିତ । ସଞ୍ଜୁ ଯାଦବ , ରିତୁ , ସମୀକ୍ଷା ଜାଖଡ , ଦୀପିକା ସୌମତା , ମୁନେଶ ରାୱ, ମଞ୍ଜୁ କସ୍ୱା, ପୁନମ ଶର୍ମା ଭଳି 2 ଡଜନ ଅନ୍ତରାଷ୍ଟ୍ରୀୟ ଖେଳାଳୀ ଏଠାରୁ ପ୍ରସ୍ତୁତ ହୋଇଛନ୍ତି । ଖେଲୋ ଇଣ୍ଡିଆ ଅଣ୍ଡର-17 ଓ ଅଣ୍ଡର-12ରେ ଏହି ଗାଁର 12 ଝିଅଙ୍କ ଟିମ ସ୍ଥାନ ଅକ୍ତିଆର କରିଛି । ଆଜି ଏଠାକାର ପ୍ରାୟ 8 ଝିଅ ଭାରତୀୟ ଫୁଟବଲ ଟିମରେ ସିନିୟର ବର୍ଗ ଓ ଅଣ୍ଡର-17 ରେ ସିଲେକ୍ଟେଡ ଅଛନ୍ତି । କେବଳ ଏତିକି ନୁହେଁ , 2015-16 ଓ 2016-17ରେ ଏହି ଗାଁର ଟିମ ସୁବ୍ରତ କପ କୁ ମଧ୍ୟ ନିଜ ନାଁରେ କରିବାରେ ସକ୍ଷମ ହୋଇଛି ।

ସୋନିକା ବିଜାରାଣିୟା ଗତ 6 ବର୍ଷ ଧରି ଏହି ଗାଁରେ ମହିଳା ଫୁଟବଲ କୋଚ ଭାବେ କାର୍ଯ୍ୟରତ । ସୋନିକା କୁହନ୍ତି କି ଅଲଖପୁର ଖେଳ ପଡିଆକୁ ଗାଁର ପ୍ରତି ଘରୁ ଝିଅମାନେ ଫୁଟବଲ ଖେଳିବାକୁ ଆସନ୍ତି । ଗାଁର ଖେଳାଳୀଙ୍କ ପାଇଁ ଯେବେ ବି ଜୋତା, ଟ୍ରାକ, ସୁଟ କିମ୍ବା ଅନ୍ୟ ଖେଳ ସାମଗ୍ରୀର ଆବଶ୍ୟକ ପଡେ ତେବେ ଗ୍ରାମବାସୀ ଚାନ୍ଦା ପକାଇ ସେସବୁ କିଣି ଆଣନ୍ତି । ସେହିପରି ଯେବେ କୌଣସି ଖେଳାଳୀ ମେଡାଲ ଜିତି ଗାଁକୁ ଫେରେ ସେତେବେଳେ ଗ୍ରାମବାସୀ ଖୁସିରେ ଉତ୍ସବ ମନାନ୍ତି । କାରଣ ଏହି ମଡେଲ ହିଁ ସେମାନଙ୍କ ଦୁଃଖର ସମୟକୁ କରିଥାଏ ସୁଖରେ ପରିବର୍ତ୍ତନ ।

ଏହି ଗାଁର ଝିଅମାନେ କେବଳ ମେଡାଲ ନୁହେଁ , ଏହା ବଳରେ ସରକାରୀ ଚାକିରୀ ବି ପାଉଛନ୍ତି । ସରକାରଙ୍କ ‘ମେଡାଲ ଆଣ, ଚାକିରୀ ପାଓ’ ପଲିସି ଅଧିନରେ ଏଠାକାର ଅନେକ ଖେଳାଳୀ ସରକାରୀ ବିଭାଗରେ କାର୍ଯ୍ୟରତ ଅଛନ୍ତି । କରୁଣା ଏବଂ ଜ୍ୟୋତି ବର୍ତ୍ତମାନ ଏହି 200 ଖେଳାଳୀଙ୍କ ମଧ୍ୟ ଅନ୍ୟତମ , ଯିଏ ସିନିୟର୍ସ ଭାବେ ଜାତୀୟ ଫୁଟବଲ ଟିମରେ ଏଣ୍ଟ୍ରି ମାରିବାକୁ ଇଚ୍ଛୁକ । ଏଣୁ ଏମାନେ ନିଜ ସାଙ୍ଗଙ୍କ ସହ ସକାଳରୁ ସନ୍ଧ୍ୟା ଯାଏଁ ଗାଁ ଗ୍ରାଉଣ୍ଡରେ ସେମାନଙ୍କ ଝାଳ ବୁହାନ୍ତି ।

ଏହି ଗାଁର ଝିଅଙ୍କ ଫୁଟବଲ ପ୍ରତି ଜିଦ ଓ ନିଷ୍ଠା ଦେଖି , ମନେ ହୁଏ ଏବେ ହରିୟାଣା କେବଳ ବକ୍ସିଂ ଓ କୁସ୍ତି ପାଇଁ ନୁହେଁ ବରଂ ଫୁଟବଲ ମଇଦାନରେ ମଧ୍ୟ ସମଗ୍ର ବିଶ୍ବରେ ଉଡାଇବ ଭାରତର ତ୍ରିରଙ୍ଗା । ତେବେ ଯଦିଓ ଏହି ସ୍ବପ୍ନ ପୂରଣ କରିବା ସହଜ ନୁହେଁ , ହେଲେ ଆଶା ରହିଛି କି ଦିନେ, ଏହି ହରିୟାନୀ ଝିଅଙ୍କ କିକ୍ସରେ ଦିୱାନା ହେବ ସମଗ୍ର ଦୁନିଆ । ଏଠାକାର ପ୍ରତିଟି ଝିଅଙ୍କ ଦୁନିଆ ନେଟର ଗୋଲ ଆଉ ଏମାନଙ୍କ ଗୋଲ, ଇଣ୍ଟରନ୍ୟାସନାଲ ଫୁଟବଲ...

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details