ଓଡିଶା

odisha

ETV Bharat / bharat

Indian Army Chopper Crash: ତାମିଲନାଡୁରେ CDS ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ - CDS ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତାମିଲନାଡୁ କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସେନା ହେଲିକପ୍ଟର । ପତ୍ନୀ ଓ ଅନ୍ୟାନ୍ୟ ସେନା ଅଧିକାରୀଙ୍କ ସହ ଯାତ୍ରା କରୁଥିଲେ CDS ବିପିନ ରାୱତ । ଅଧିକ ପଢନ୍ତୁ

ସେନା ହେଲିକପ୍ଟର
ସେନା ହେଲିକପ୍ଟର କ୍ରାସ

By

Published : Dec 8, 2021, 1:41 PM IST

Updated : Dec 8, 2021, 6:28 PM IST

ଚେନ୍ନାଇ: ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପତ୍ନୀଙ୍କ ସହ CDS ( Chief of Defence Staff) ବିପିନ ରାୱତଙ୍କ ସମେତ ଯାତ୍ରା କରୁଥିଲେ ୧୪ ଜଣ । ବିପିନ ରାୱତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି ।

CDS ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତାମିଲନାଡୁ କୋଏମ୍ବଟୁର ଓ ସୁଲୁର ମଝିରେ ହେଲିକପ୍ଟର ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଏନେଇ ଟ୍ବିଟ କରିଛି ବାୟୁସେନା । AF Mi-17V5 ହେଲିକପ୍ଟରରେ ସିଡିଏସ ବିପିନ୍‌ ରାୱତଙ୍କ ସହ ପରିବାର ସଦସ୍ୟ ଯାତ୍ରା କରୁଥିଲେ। ଏହା କୁନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି କୁହାଯାଇଛି ।

ନଜର ପକାନ୍ତୁ AF Mi-17V5 ହେଲିକପ୍ଟରରେ କିଏ କିଏ ଯାତ୍ରା କରୁଥିଲେ

ସିଡିଏସ୍ ଜେନେରାଲ ବିପିନ୍ ରାୱତ, ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲ.ଏସ ଲିଡର, ନାଏକ ଗୁରସେୱ ସିଂ, ଲେଫଟ୍‌ନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ, ନାଏକ ଜିତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର, ହାବିଲଦାର ସତପାଲ୍ ଓ ଲାନ୍ସ ନାଏକ ବି ସାଇ ତେଜା ।

Last Updated : Dec 8, 2021, 6:28 PM IST

ABOUT THE AUTHOR

...view details