ଶ୍ରୀନଗର:ଜମ୍ମୁ କାଶ୍ମୀର ଶ୍ରୀନଗର ଜିଲ୍ଲାର ନୌଗାମ ଅଞ୍ଚଳରେ ସେନା ଉପରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ଜଣେ ସିଆରପିଏଫ ଯବାନ ଆହତ ହୋଇଥିବା ଜଣାପଡିଛି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସିଆରପିଏଫର 29 ବାଟାଲିୟନ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଆତଙ୍କବାଦୀ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ । ଏହି ଘଟଣାରେ ଜଣେ ସିଆରପିଏଫ ଯବାନଙ୍କ ଗୋଡରେ ଗୁଳି ବାଜିଥିବା ସୂଚନା ରହିଛି । ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।