ଓଡିଶା

odisha

ETV Bharat / bharat

ଅବନ୍ତିପୁରାରେ CRPF ବଙ୍କରକୁ ଆତଙ୍କୀଙ୍କ ଟାର୍ଗେଟ, 2 ଯବାନ ଆହତ

ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୁରାରରେ CRPF ବଙ୍କରକୁ ଆତଙ୍କୀଙ୍କ ଗୁଳିମାଡ । 2 ଆହତ ଯବାନ ହସ୍ପିଟାଲରେ ଭର୍ତ୍ତି । ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ

ଅବନ୍ତିପୁରାରେ CRPF ବଙ୍କରକୁ ଆତଙ୍କୀଙ୍କ ଟାର୍ଗେଟ
ଅବନ୍ତିପୁରାରେ CRPF ବଙ୍କରକୁ ଆତଙ୍କୀଙ୍କ ଟାର୍ଗେଟଅବନ୍ତିପୁରାରେ CRPF ବଙ୍କରକୁ ଆତଙ୍କୀଙ୍କ ଟାର୍ଗେଟ

By

Published : May 2, 2022, 10:30 PM IST

ଶ୍ରୀନଗର:ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୁରାରର ଅଞ୍ଚଳରେ ଏକ CRPF ବଙ୍କର ଉପରେ ଆକ୍ରମଣ କରିଛନ୍ତି ଆତଙ୍କୀ । ଏଥିରେ ଦୁଇଜଣ CRPF ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି ହୋଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ ।

ସୂଚନା ଅନୁସାରେ, ଆଜି (ସୋମବାର) ସନ୍ଧ୍ୟାରେ CRPF ବଙ୍କରକୁ ଟାର୍ଗେଟ କରି ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇବା ସହ ଅତର୍କିତ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଏଥିରେ ଦୁଇ ଯବାନ ଆହତ ହୋଇଥିଲେ। ଘଟଣା ପରେ ଆତଙ୍କବାଦୀ ମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି । ସୂଚନା ପାଇ ତୁରନ୍ତ ଆକ୍ସନ ମୋଡକୁ ଆସିିଥିଲା ସୁରକ୍ଷା ବାହିନୀ ଓ ସ୍ଥାନୀୟ ପୋଲିସ । ଘଟଣାସ୍ଥଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ସ୍ଥାନୀୟ IGP ବିଜୟ କୁମାର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details