ଓଡିଶା

odisha

ETV Bharat / bharat

ଅନୁପ୍ରବେଶ ଉଦ୍ୟମ ବେଳେ ଜଣେ ଆତଙ୍କୀ ନିହତ

କୁପୱାରାରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ଭାରତୀୟସେନା । ଜଣେ ଆତଙ୍କୀ ନିପାତ । ଅଧିକ ପଢ଼ନ୍ତୁ

Militant killed as infiltration bid foils in Kupwara
Militant killed as infiltration bid foils in Kupwara

By ETV Bharat Odisha Team

Published : Oct 30, 2023, 1:09 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୁରକ୍ଷାକର୍ମୀଙ୍କୁ ସଫଳତା । ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । କୁପୱାରାରେ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମ ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏନେଇ ଜମ୍ମୁକାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି। ନିହତ ଆତଙ୍କବାଦୀର ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରାଯାଇନାହିଁ।

ଏହା ମଧ୍ୟ ପଢନ୍ତୁ-ଉତ୍ତର କାଶ୍ମୀରରେ ସୁରକ୍ଷାକର୍ମୀ- ଆତଙ୍କୀ ମୁହାଁମୁହିଁ, 2 ଆତଙ୍କବାଦୀ ନିହତ

ଜଣେ ଅଧିକାରୀଙ୍କ କହିବା ମୁତାବକ, ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ଜୁମାଗୁଣ୍ଡ ସେକ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆତଙ୍କୀ ବିରୋଧୀ ଅପରେସନ ଜାରି ରହିଥିବା ଲାଇନ୍ ଅଫ୍ କଣ୍ଟ୍ରୋଲରେ ଜଣେ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ତାକୁ ଗୁଳି କରି ଟଳାଇଛି ସେନା । ଲାଇନ୍ ଅଫ୍ କଣ୍ଟ୍ରୋଲରେ ଆତଙ୍କୀ ବିରୋଧି ଅପରେସନ ଜାରି ରହିଥିବା ବେଳେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନାର ଯବାନ ପଣ୍ଡ କରୁଛନ୍ତି । ଦୁଇ ଦିନ ପୂର୍ବେ ମାଚିଲି ସେକ୍ଟରରେ 5ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା। ଆମର ସେନା ନିରନ୍ତ ଭାବେ ନିଜର କାର୍ଯ୍ୟ ଜାରି ରଖିଛନ୍ତି।

ମେଜର ଜେନେରାଲ ରାଜେଶ କାଳିଆଙ୍କ କହିବା ମୁତାବକ, ଗତ 8 ମାସ ମଧ୍ୟରେ କୁପୱାରା ଜିଲ୍ଲାରେ ମୋଟ 27 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳର ସୁରକ୍ଷା ପାଇଁ ଆମେ ଅହରହ ଚେଷ୍ଟା ଜାରି ରଖିଛୁ। ଶତ୍ରୁଙ୍କୁ ଜାବାବ ଦେବାକୁ ଆମେ ସବୁ ବେଳେ ପ୍ରସ୍ତୁତ।

ଅକ୍ଟୋବର 23 ତାରିଖରେ ଉତ୍ତର କାଶ୍ମୀରର ବାରମୂଳାର ଉରୀ ସେକ୍ଟରରେ ସୀମା ନିୟନ୍ତ୍ରଣ ରେଖାରେ ଆତଙ୍କୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା ଭାରତୀୟ ସେନା । ଏଥିସହ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟରେ 2 ଆତଙ୍କବାଦୀ ନିହତ ହୋଇଥିବା ବେଳେ 2 ଜଣ ଗଭୀର ଭାବେ ଆହତ ହୋଇଥିଲେ । ଏଥିସହ ଘଟଣାସ୍ଥଳରୁ 2ଟି ଏକେ ସିରିଜ୍‌ ରାଇଫଲ, 6ଟି ପିସ୍ତଲ, 4ଟି ଗ୍ରେନେଡ୍‌ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ ହୋଇଛି ।

ଉତ୍ତର କାଶ୍ମୀରର ଉରୀ ସେକ୍ଟରରେ ଥିବା ସୀମା ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କୀ ଅନୁପ୍ରବେଶ ନେଇ ବିଶେଷସୁତ୍ରରୁ ଖବର ପାଇଥିଲା ସେନା। ଏହାପରେ ମିଳିତ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ ଓ ଜାମ୍ମୁ କାଶ୍ମୀରର ପୋଲିସର ମିଳିତ ଟିମ୍‌ । ଏହି ସମୟରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । 2 ପକ୍ଷରୁ ଗୁଳି ବିନିମୟ କରାଯାଇଥିଲା । ଭାରତୀୟ ସେନା 2 ଜଣ ଆତଙ୍କବାଦୀ ନିହତ କରିଥିବା ବେଳେ 2 ଜଣକୁ ଆହତ କରିଥିବା ନେଇ ଦାବି କରିଥିଲା ।

For All Latest Updates

ABOUT THE AUTHOR

...view details