ଓଡିଶା

odisha

By

Published : Sep 18, 2022, 11:06 PM IST

ETV Bharat / bharat

ଆତଙ୍କବାଦୀ ଆଡ୍ଡା ଉପରେ ସୁରକ୍ଷାବାହିନୀର ଚଢାଉ, ମାରଣାସ୍ତ୍ର ଜବତ

ଜମ୍ମୁକାଶ୍ମୀର ରାମବାନ ଜିଲ୍ଲାର ଏକ ଜଙ୍ଗଲରେ ଆତଙ୍କବାଦୀ ଆଡ୍ଡା ଉପରେ ସୁରକ୍ଷାବାହିନୀର ଚଢାଉ । ବହୁ ମାରଣାସ୍ତ୍ର ଜବତ କରିଛି ପୋଲିସ ଓ ସୁରକ୍ଷାବାହିନୀ । ଅଧିକ ପଢନ୍ତୁ

ଆତଙ୍କବାଦୀ ଆଡ୍ଡା ଉପରେ ସୁରକ୍ଷାବାହିନୀର ଚଢାଉ, ମାରଣାସ୍ତ୍ର ଜବତ
ଆତଙ୍କବାଦୀ ଆଡ୍ଡା ଉପରେ ସୁରକ୍ଷାବାହିନୀର ଚଢାଉ, ମାରଣାସ୍ତ୍ର ଜବତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ରାମବାନ ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ (Militant hideout in a forest area in Ramban) ଉପରେ ରବିବାର ଚଢାଉ କରିଛି ସୁରକ୍ଷା ବାହିନୀ । ଏଠାରୁ ବହୁଳ ମାତ୍ରାରେ ମାରଣାସ୍ତ୍ର ଏବଂ ଗୁଳି ଜବତ ହୋଇଥିବା ପୋଲିସ କହିଛି ।

ସୁରକ୍ଷାବାହିନୀ ଓ ପୋଲିସ ଆତଙ୍କବାଦୀ ଜଙ୍ଗଲରେ ଲୁଚି ରହିଥିବା ନେଇ ସୂଚନା ପାଇବା ପରେ ମିଳିତ ଅପରେସନ ଆରମ୍ଭ କରିଥିଲେ । ଏହାପରେ ଗୁଲ୍‌ ସବ ଡିଭିଜନର ସଙ୍ଗଲଡାନ ଅଞ୍ଚଳରେ ଥିବା ଟେଥାର୍କା ଜଙ୍ଗଲ ଅଞ୍ଚଳରେ ଏହି ଚଢାଉ କରାଯାଇଥିଲା ବୋଲି ପୋଲିସ କହିଛି । ଆତଙ୍କବାଦୀ ଆଡ୍ଡା ସ୍ଥଳକୁ ପୋଲିସ ଠାବ କରିବା ସହିତ ବହୁ ମାରଣାସ୍ତ୍ର ଜବତ କରିଛି ।

ରାମବାନ ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରୁ ମାରଣାସ୍ତ୍ର ଜବତ

ଏହା ବି ପଢନ୍ତୁ- କାଶ୍ମୀରରେ ପାକିସ୍ତାନୀ ଡ୍ରୋନ, ଜାରି ରହିଛି ସର୍ଚ୍ଚ ଅପରେସନ

ଉକ୍ତ ସ୍ଥାନରୁ ବ୍ୟାରେଡ ଗ୍ରିନେଡ ଲଞ୍ଚର, ଚାଇନିଜ ପିସ୍ତଲ, ମାଗାଜିନ, ଛୁରୀ, ୪ଟି AK-47 ରାଇଫଲ, ୧୯୮ଟି ଗୁଳି, ୬୯ମିମି ପିସ୍ତଲ ରାଉଣ୍ଡ, ବାଇନାକୁଲର, କ୍ୟାମେରା, ୱେରଲେସ ସେଟ ଆଦି ଆତଙ୍କବାଦୀ ଉପକରଣ ଜବତ କରିଛି ପୋଲିସ ଓ ସୁରକ୍ଷାବାହିନୀ । ଏହାରି ମଧ୍ୟରେ ଜମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାରେ ଦେଖିବାକୁ ମିଳିଛି ପାକିସ୍ତାନୀ ଡ୍ରୋନ (Villagers spot Pakistan drone in JK )। ସ୍ଥାନୀୟ ବାସିନ୍ଦା ଏହି ସନ୍ଦେହଜନକ ଡ୍ରୋନକୁ ଦେଖିବା ପରେ ସୁରକ୍ଷାବଳକୁ ସୂଚନା ଦେଇଥିଲେ । ସ୍ପେସାଲ ଅପରେସନ ଗ୍ରୁପ ଯବାନମାନେ ଗ୍ରାମରେ ପହଞ୍ଚିଛନ୍ତି (searches underway in JKs Jakh) ।

ତେବେ ଗତକାଲି ରାତିରେ ଏହି ଡ୍ରୋନକୁ ଦେଖାଯାଇଥିଲା । ଆଜି ସକାଳୁ ସର୍ଚ୍ଚ ଅପରେସନ ଜାରି ରହିଛି । ଅନ୍ତର୍ଜାତୀୟ ସୀମା (LAC)ର ଖୁବ ନିକଟବର୍ତ୍ତୀ ଏହି ଗ୍ରାମରେ ଏହାକୁ ଠାବ କରାଯାଇଥିବା ବେଳେ ଏହା ପାକିସ୍ତାନ ଦ୍ବାରା ପଠାଯାଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।

ABOUT THE AUTHOR

...view details