ଅଗରତାଲା: ତ୍ରିପୁରାରେ ସୁରକ୍ଷାକର୍ମୀଙ୍କ ନିଦ ହଜାଇଦେଇଛନ୍ତି ଉଗ୍ରବାଦୀ । ମଙ୍ଗଳବାର ବାଂଲାଦେଶ ସୀମା ସଂଲଗ୍ନ ଅଞ୍ଚଳରେ ପାଟ୍ରୋଲିଂ ସମୟରେ ବିଏସଏଫ ଯବାନଙ୍କୁ ଉଗ୍ରବାଦୀ କରିଛନ୍ତି ଆକ୍ରମଣ । ଘଟଣାରେ ୨ ଯବାନ ଶହୀଦ ହୋଇଛନ୍ତି ।
ବିଏସଏଫର ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ବାଂଲାଦେଶ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଉଗ୍ରବାଦୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ବିଏସ୍ଏଫ୍ ସବ୍-ଇନ୍ସପେକ୍ଟର ଏବଂ କନଷ୍ଟେବଳ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷେ ଆକ୍ରମଣର କଡା ଜବାବ ଦେଇଥିଲେ ଭାରତୀୟ ଯବାନ।
ଘଟଣାସ୍ଥଳରୁ ମିଳିଥିବା ରକ୍ତ ଚିହ୍ନରୁ ଜଣାପଡିଛି ଯେ ଏଥିରେ ଉଗ୍ରବାଦୀମାନେ ମଧ୍ୟ ଆହତ ହୋଇଛନ୍ତି। ତେବେ ସେମାନେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ। ଶହୀଦ ବିଏସ୍ଏଫ ଯବାନ ହେଉଛନ୍ତି ସବ୍-ଇନ୍ସପେକ୍ଟର ଭୁରୁ ସିଂ ଏବଂ କନଷ୍ଟେବଳ ରାଜକୁମାର ।