ଓଡିଶା

odisha

ETV Bharat / bharat

ଶ୍ରୀନଗର ଖାନୟାରରେ ଆତଙ୍କବାଦୀଙ୍କ ଆକ୍ରମଣ, ଗୁରୁତର ପୋଲିସ ଶହୀଦ - ପୋଲିସ ଆହତ

ଜମ୍ମୁକାଶ୍ମୀର ଶ୍ରୀନଗର ଖାନୟାରରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ...

ଶ୍ରୀନଗର ଖାନୟାରରେ ଆତଙ୍କବାଦୀଙ୍କ ଆକ୍ରମଣ, ଗୁରୁତର ପୋଲିସ ଶହୀଦ
ଶ୍ରୀନଗର ଖାନୟାରରେ ଆତଙ୍କବାଦୀଙ୍କ ଆକ୍ରମଣ, ଗୁରୁତର ପୋଲିସ ଶହୀଦ

By

Published : Sep 12, 2021, 2:30 PM IST

Updated : Sep 12, 2021, 8:10 PM IST

ଶ୍ରୀନଗର:ଜମ୍ମୁକାଶ୍ମୀରର ଶ୍ରୀନଗର ଖାନୟାରରେ ଆଜି(ରବିବାର) ପୋଲିସ କର୍ମଚାରୀଙ୍କ ଉପରେ ଅଜଣା ଆତଙ୍କବାଦୀଙ୍କ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି ।

ଶ୍ରୀନଗର ଖାନୟାରରେ ଆତଙ୍କବାଦୀଙ୍କ ଆକ୍ରମଣ, ଗୁରୁତର ପୋଲିସ ଶହୀଦ

ପୋଲିସ ଇନସପେକ୍ଟର ଅରଶଦ ପ୍ରଥମେ ଆତଙ୍କବାଦୀଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ତାଙ୍କ ଶରୀରରେ ବୁଲେଟ ବାଜିଥିବାରୁ ସେ ଆହତ ହୋଇଥିଲେ । ଏହାପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଆକ୍ରମଣ ହୋଇଥିବା ସ୍ଥାନରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢାଇ ଦିଆଯାଇଥିବା ସୂଚନା ମିଳିଛି ।

ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ଏହି ଆକ୍ରମଣର ସିସିଟିଭି ଫୁଟେଜ ମଧ୍ୟ ରିଲିଜ କରାଯାଇଛି । ଏଥିରେ ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ ଦେଖିବାକୁ ମିଳିଛି । ସେପଟେ ରଜୌରୀ ଜିଲ୍ଲାର ଥାନା ମଣ୍ତି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସମ୍ପର୍କରେ ଖବର ମିଳିଛି । ଏହାପରେ ଜିଲ୍ଲାର ବରୋଟି ଗାଁରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନା ଅପରେସନ ଆରମ୍ଭ କରିଛି । ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବର୍ଷଣ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 12, 2021, 8:10 PM IST

ABOUT THE AUTHOR

...view details