ଓଡିଶା

odisha

ETV Bharat / bharat

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ ଅଧିକାରୀ ଆହତ - ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଜଣେ ପୋଲିସ ଅଧିକାରୀ ଆହତ । ପୋଲିସ ଅଧିକାରୀଙ୍କୁ ଶ୍ରୀନଗର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ ଅଧିକାରୀ ଆହତ
ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ ଅଧିକାରୀ ଆହତ

By

Published : Aug 12, 2022, 7:20 PM IST

Updated : Aug 12, 2022, 7:39 PM IST

ଶ୍ରୀନଗର:ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲା ବିଜ୍‌ବେହାରାରେ ଆତଙ୍କବାଦୀ ଆକ୍ରମଣରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଥିବା ସୂଚନା । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଆହତ ପୋଲିସ ଅଧିକାରୀ ଜଣଙ୍କ ନାମ ଗୁଲାମ କାଦିର ବୋଲି ଜଣା ପଡ଼ିଛି ।

ବର୍ତ୍ତମାନ ପୋଲିସ ଅଧିକାରୀଙ୍କୁ ଶ୍ରୀନଗର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ପୋଲିସ କର୍ଡନ ବୃଦ୍ଧି ପାଇଛି । ସେପଟେ ସୁରକ୍ଷା କର୍ମୀ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନନ୍ତନାଗ ଜିଲ୍ଲାର ଏକାଧିକ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ବିଜ୍‌ବେହାରାରେ ଘନଘନ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।

Last Updated : Aug 12, 2022, 7:39 PM IST

ABOUT THE AUTHOR

...view details