ଶ୍ରୀନଗର:ସ୍ବାଧୀନତା ଦିବସ ପର୍ବରୁସୀମାରେ ଆତଙ୍କୀଙ୍କ ଉତ୍ପାତ । ରକ୍ତର ହୋଲି ଖେଳୁଛନ୍ତି ଆତଙ୍କବାଦୀ । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛନ୍ତି ଆତଙ୍କୀ । ଜମ୍ମୁ କଶ୍ମୀର ବାନ୍ଦୀପୋରା ସଦୁନାରା ସୋନାୱାରିରେ ଆତଙ୍କୀଙ୍କ ଗୁଳିରେ ଜଣେ ପ୍ରବାସୀ ଶ୍ରମିକଙ୍କର ଜୀବନ ଯାଇଛି । ଶ୍ରମିକ ଜଣକ ବିହାରର ମହମ୍ମଦ ଅମରେଜ ହୋଇଥିବା ଜଣାପଡିଛି ।
ଆତଙ୍କୀଙ୍କ ଗୁଳିମାଡରେ ମହମ୍ମଦ ଅମରେଜକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି (ଗୁରୁବାର) ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଆତଙ୍କୀ ପ୍ରବାସୀ ଶ୍ରମିକ ମହମ୍ମଦ ଅମରେଜ ଉପରକୁ ଗୁଳି ଚଳାଇଥିଲେ । ଡାକ୍ତରଖାନାରେ ଚିକିତ୍ସୀଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଟ୍ବିଟ କରି କହିଛି କଶ୍ମୀର ଜୋନ ପୋଲିସ । ରଜୌରୀ ଦାରହାଲ ଅଞ୍ଚଳର ସେନା ଶିବିରରୁ ଆତଙ୍କୀଙ୍କ ଆତ୍ମଘାତୀ ଆକ୍ରମଣକୁ ମାତ୍ର କିଛି ଘଣ୍ଟା ନ ପୁରୁଣ ଏକାଣ୍ଡ ଭିଆଇଛନ୍ତି ଆତଙ୍କୀ ।