ନୂଆଦିଲ୍ଲୀ: ମିଗ -29 କେ ର ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣା ଗ୍ରସ୍ତ । ସମୁଦ୍ରରେ ଉଡାଣ କରୁଥିବା ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ। ଏହି ବିମାନଟି ଆରବ ସମୁଦ୍ରରେ ଖସିପଡିଛି। ଗୁରୁବାର ରାତିରେ ଦୁର୍ଘଟଣା ଘଟିଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁସେନା ।
ମିଗ -29 କେ ବିମାନ ଦୁର୍ଘଟଣା ଗ୍ରସ୍ତ, ଜଣେ ପାଇଲଟ ଉଦ୍ଧାର - ମିଗ -29ବିମାନ ଦୁର୍ଘଟଣା ଗ୍ରସ୍ତ
ଭାରତୀୟ ବାୟୁସେନାର ପ୍ରଶିକ୍ଷଣ ବିମାନ ମିଗ-29 ଦୁର୍ଘଟଣାଗ୍ରସ୍ତ । ସମୁଦ୍ରରେ ଉଡାଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ । ଜଣେ ପାଇଲଟ ସୁରକ୍ଷତିତ ଉଦ୍ଧାର ଓ ଜଣେ ନିଖୋଜ । ଅଧିକ ପଢନ୍ତୁ...

ମିଗ -29 କେ ବିମାନ ଦୁର୍ଘଟଣା ଗ୍ରସ୍ତ , ଜଣେ ପାଇଲଟ ଉଦ୍ଧାର
ଭାରତୀୟ ନୈସେନା କହିଛି ଯେ, ସମୁଦ୍ରରେ ଉଡାଣ କରୁଥିବା ବିମାନଟି ନଭେମ୍ବର 26 ରାତି ପ୍ରାୟ 5 ଟା ସମୟରେ ଖସି ପଡିଥିଲା। ଜଣେ ପାଇଲଟଙ୍କୁ ଖୋଜା ଖୋଜି ପରେ ଉଦ୍ଧାର କରାଯାଇଥିବା ବେଳେ ଦ୍ବିତୀୟ ପାଇଲଟଙ୍କ ଅନୁସନ୍ଧାନ ଜାରି ରହିଛି । ଏନେଇ ଭାରତୀୟ ନୌସେନା ପକ୍ଷରୁ ସୂଚନା ମିଳିଛି। ଗତ 12 ମାସ ମଧ୍ୟରେ ଏକ ମିଗ୍ 29 କେ ବିମାନର ଏହା ତୃତୀୟ ଦୁର୍ଘଟଣା ।