ଓଡିଶା

odisha

ETV Bharat / bharat

ଅଭ୍ୟାସ ସମୟରେ ମିଗ 29k ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ

ଲଢୁଆ ବିମାନ ମିଗ 29K ଦୁର୍ଘଟଣାଗ୍ରସ୍ତ ହୋଇଛି । ତୁରନ୍ତ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ପାଇଲଟଙ୍କ ଅବସ୍ଥା ଭଲ ଥିବା ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

By

Published : Oct 12, 2022, 12:12 PM IST

Updated : Oct 12, 2022, 12:39 PM IST

ଗୋଆ ତଟରେ ମିଗ 29k ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ
ଗୋଆ ତଟରେ ମିଗ 29k ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ 29K ଦୁର୍ଘଟଣାଗ୍ରସ୍ତ ହୋଇଛି । ନିୟମିତ ଉଡାଣ ଅଭ୍ୟାସ ସମୟରେ ଏହି ଦୁର୍ଘଟଣା ଘଟିଛି । ଗୋଆ ତଟରେ ଅଭ୍ୟାସ ସମୟରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ । ଉଦ୍ଧାରକାରୀ ଦଳ ତୁରନ୍ତ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା । ତାଙ୍କ ଅବସ୍ଥା ଭଲ ଥିବା ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି ।

ବେସକୁ ଫେରୁଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଖରାପ ପାଗ କି ଅନ୍ୟ କିଛି ତାର କାରଣ ଖୋଜୁଛି ବାୟୁସେନା । ବିଓଆଇ (Board of Inquiry)କୁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ନୌସେନା । 2019ରୁ ଭାରତୀୟ ବାୟୁସେନାରେ ସାମିଲ ଅଛି ମିଗ୍ 29k । ଋୁଷ ନିର୍ମିତ ଏହି ବିମାନରେ 5ଟି ଇନଜେକ୍ଟ ସିଟ ରହିଛି ।

୨୦୨୦ ନଭେମ୍ବରରେ ମଧ୍ୟ ଗୋଆ ଉପକୂଳ ନିକଟରେ MIG-29K ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବିମାନର ଟର୍ବୋ ଚାର୍ଜର, ଇନ୍ଧନ ଟ୍ୟାଙ୍କ, ୱିଙ୍ଗ, ଇଞ୍ଜିନ ସମେତ କିଛି ଭଗ୍ନାବଶେଷ ମିଳିଥିଲା । ଏଥିରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟଜଣେ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣାର 11 ଦିନ ପରେ ପାଇଲଟ ନିଶାନ୍ତ ସିଂହଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ସମାନ ବର୍ଷ ଫେବୃଆରୀରେ ଆଉ ଏକ MIG-29K ବିମାନ ପକ୍ଷୀ ସହ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁଇଜଣ ପାଇଲଟ ସାହାସର ସହିତ ଏକ ବଡ ଦୁର୍ଘଟଣାକୁ ଟାଳିଥଲେ ଯାହାକୁ ପ୍ରଶଂସା କରିଥିଲେ ପୂର୍ବତନ ରାଜ୍ୟ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀପଦ ନାଏକ । 2019ରେ ମଧ୍ୟ ଗୋଆ ଉପକୂଳରେ MIG-29K ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ଦୁଇ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।

ଏହା ବି ପଢନ୍ତୁ...10 ବର୍ଷ ପୁରୁଣା ଆଧାରକାର୍ଡ ଥିଲେ ତୁରନ୍ତ ଅପଡେଟ କରନ୍ତୁ, ସୂଚାଇଲା UIDAI

ପ୍ରକାଶ ଥାଉ କି, ଅକ୍ଟୋବର 5 ତାରିଖରେ ଅରୁଣାଚଳ ପ୍ରଦେଶରେ ତଓ୍ବାଙ୍ଗ ଅଞ୍ଚଳରେ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଯାନ୍ତ୍ରିକ ତ୍ରୁଟି କିମ୍ବା ଖରାପ ପାଗ ଯୋଗୁଁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଥିଲା ।

Last Updated : Oct 12, 2022, 12:39 PM IST

ABOUT THE AUTHOR

...view details