ଓଡିଶା

odisha

ETV Bharat / bharat

୪୮ ବର୍ଷର ପୁରୁଣା ରିଜ୍ୟୁମ ସେୟାର କରି ଚର୍ଚ୍ଚାରେ ଧନୀ ବ୍ୟବସାୟୀ Bill Gates - ବିଲ୍ ଗେଟ୍ସ ରିଜ୍ୟୁମ

48 ବର୍ଷର ପୁରୁଣା ରିଜ୍ୟୁମ ଅପଲୋଡ କରି ଚର୍ଚ୍ଚାରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ଦୁନିଆର ସବୁଠାରୁ ଧନୀ ବ୍ୟବସାୟୀଙ୍କ ତାଲିକାରେ ଥିବା ବିଲ୍ ଗେଟ୍ସ । ଅଧିକ ପଢନ୍ତୁ

୪୮ ବର୍ଷର ପୂରୁଣା ରିଜ୍ୟୁମ ସେୟାର କରି ଚର୍ଚ୍ଚାରେ ଧନୀ ବ୍ୟବସାୟୀ Bill Gates
୪୮ ବର୍ଷର ପୂରୁଣା ରିଜ୍ୟୁମ ସେୟାର କରି ଚର୍ଚ୍ଚାରେ ଧନୀ ବ୍ୟବସାୟୀ Bill Gates

By

Published : Jul 2, 2022, 9:40 PM IST

ନୂଆଦିଲ୍ଲୀ: 48 ବର୍ଷର ପୁରୁଣା ରିଜ୍ୟୁମ ଅପଲୋଡ କରି ଚର୍ଚ୍ଚାରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ଦୁନିଆର ସବୁଠାରୁ ଧନୀ ବ୍ୟବସାୟୀଙ୍କ ତାଲିକାରେ ଥିବା ବିଲ୍ ଗେଟ୍ସ । ତାଙ୍କ ରିଜ୍ୟୁମ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଆମେରିକୀୟ ବ୍ୟବସାୟୀ ବିଲ୍ ଗେଟ୍ସ ତାଙ୍କର 48 ବର୍ଷ ପୁରୁଣା ରିଜ୍ୟୁମକୁ ଲିଙ୍କଡ୍‌ଇନରେ ସେୟାର କରିଥିବା ଜଣାପଡିଛି ।

୪୮ ବର୍ଷର ପୂରୁଣା ରିଜ୍ୟୁମ ସେୟାର କରି ଚର୍ଚ୍ଚାରେ ଧନୀ ବ୍ୟବସାୟୀ Bill Gates

ସେ ରିଜ୍ୟୁମ୍ ସେୟାର କରି ଲେଖିଛନ୍ତି, 'ଆପଣ ସ୍ନାତକ ହୁଅନ୍ତୁ କିମ୍ବା କଲେଜ ଡ୍ରପଆଉଟ୍ ହୁଅନ୍ତୁ, ମୁଁ ନିଶ୍ଚିତ ଯେ 48 ବର୍ଷ ପୂର୍ବେ ମୋର ରିଜ୍ୟୁମ୍ ଅପେକ୍ଷା ଆପଣଙ୍କର ବର୍ତ୍ତମାନର ରିଜ୍ୟୁମ୍ ଭଲ ଦେଖା ଯାଉଥିବ।' ଚାକିରୀ ପାଇବାରେ ଆପଣଙ୍କ ରିଜ୍ୟୁମ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ଯଦି ରିଜ୍ୟୁମ୍ ଭଲ ନୁହେଁ ତେବେ ସାକ୍ଷାତକାର ପୂର୍ବରୁ ଆପଣଙ୍କର ଆବେଦନ ଖାରଜ ହୋଇପାରେ । ଏପରି ପରିସ୍ଥିତିରେ, ଚାକିରୀ ଖୋଜୁଥିବା ବ୍ୟକ୍ତିମାନେ ବିଲ୍ ଗେଟ୍ସଙ୍କ ଏହି ରିଜ୍ୟୁମରୁ ଟିପ୍ସ ନେଇପାରିବେ ବୋଲି ସେ କହିଛନ୍ତି ।

ତେବେ 1974 ମସିହାରେ ବିଲ୍ ଗେଟ୍ସଙ୍କ ଦ୍ବାରା ସେୟାର ହୋଇଥିବା ଏହି ରିଜ୍ୟୁମରେ ତାଙ୍କ ନାମ ୱିଲିୟମ୍ ଏଚ୍ ଗେଟ୍‌ସ ଲେଖାଯାଇଥିଲା । ସେତେବେଳେ ଗେଟ୍ସ ହାର୍ଭାର୍ଡ କଲେଜର ପ୍ରଥମ ବର୍ଷର ଛାତ୍ର ଥିଲେ । ସେ ନିଜ ରିଜ୍ୟୁମରେ ଲେଖିଛନ୍ତି ଯେ, ସେ ଅପରେଟିଂ ସିଷ୍ଟମ ଷ୍ଟ୍ରକଚର, ଡାଟାବେସ୍ ମ୍ୟାନେଜମେଣ୍ଟ, କମ୍ପାଇଲର୍ କନଷ୍ଟ୍ରକ୍ସନ୍ ଏବଂ କମ୍ପ୍ୟୁଟର ଗ୍ରାଫିକ୍ସ ଭଳି ପାଠ୍ୟକ୍ରମ କରିଛନ୍ତି । ଏହା ମଧ୍ୟ ଲେଖାଯାଇଛି ଯେ,FORTRAN, COBOL, ALGOL, BASIC ଇତ୍ୟାଦି ପ୍ରମୁଖ ପ୍ରୋଗ୍ରାମିଂ ଭାଷାରେ ତାଙ୍କର ଅଭିଜ୍ଞତା ଅଛି ।

ABOUT THE AUTHOR

...view details