ରାଞ୍ଚି:ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେ ଅଘଟଣରେ ଧିରେ ଧିରେ ସଫଳତା ପାଇବାରେ ଲାଗିଛି ଉଦ୍ଧାରକାରୀ ଟିମ । ବର୍ତ୍ତମାନ ସୁଦ୍ଧା 30ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସାରିଛି । ଫସି ରହିଥିବା ଅବଶିଷ୍ଟ 18ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି । ଉଦ୍ଧାରକାର୍ଯ୍ୟ ବେଶ ଆହ୍ବାନପୂର୍ଣ୍ଣ ଥିବାବେଳେ ବାୟୁସେନା ହେଲିକପ୍ଟର ସହ ITBP ଯବାନମାନେ ସାମିଲ ହୋଇଛନ୍ତି ।
ଗତକାଲି (ରବିବାର) କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଫଳରେ ୨ ହଜାର ଫୁଟ ଉପରେ ପ୍ରାୟ 18 ଘଣ୍ଟାରୁ ଅଧିକ ସମୟ ଧରି 8ଟି ଟ୍ରଲିରେ ଥିବା 32 ଜଣ ପର୍ଯ୍ୟଟକ ଜୀବନ ମରଣ ମଧ୍ୟରେ ଝୁଲି ରହିଥିଲେ । ଉଦ୍ଧାର ପାଇଁ ପ୍ରଥମେ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଥିବା ବେଳେ ପରେ ସେନାର ସହାୟତା ନିଆଯାଇଥିଲା । ଅଘଟଣରେ 2 ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ଦୁଇଟି Mi-17 ହେଲିକପ୍ଟର ନିୟୋଜିତ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି ।