ଓଡିଶା

odisha

By

Published : Oct 29, 2022, 8:03 PM IST

ETV Bharat / bharat

Sardar Patel Birth Anniversary: ଘୋଷଣା ହେବ ଗୃହମନ୍ତ୍ରୀ ସ୍ପେଶାଲ ଅପରେସନ ଆଓ୍ୱାର୍ଡ

31ରେ ଦେଶ ପାଳିବ ଏକତା ଦିବସ । ଘୋଷଣା ହେବ ଗୃହମନ୍ତ୍ରୀ ସ୍ପେଶାଲ ଅପରେସନ ଆଓ୍ବାର୍ଡ (Union Home Ministers Special Operation Medal 2022)। ଆହ୍ବାନପୂର୍ଣ୍ଣ ମିଶନରେ ସାହାସିକତା ଦେଖାଇଥିବା ପୋଲିସ ଓ ପାରାମିଲିଚାରୀ ଫୋର୍ସର ଅଧିକାରୀ ଓ ଯବାନ ହେବେ ସମ୍ମାନୀତ । 31ରେ ସାରା ଦେଶରେ ଆୟୋଜିତ ହେବ ଏକତା ପାଇଁ ଦୌଡ (ରନ ଫର ୟୁନିଟି) । ଅଧିକ ପଢନ୍ତୁ

Sardar Patel birth anniversary: ଘୋଷଣା ହେବ ଗୃହମନ୍ତ୍ରୀ ସ୍ପେସାଲ ଅପରେସନ ଆଓ୍ବାର୍ଡ
Sardar Patel birth anniversary: ଘୋଷଣା ହେବ ଗୃହମନ୍ତ୍ରୀ ସ୍ପେସାଲ ଅପରେସନ ଆଓ୍ବାର୍ଡ

ନୂଆଦିଲ୍ଲୀ: 31 ତାରିଖରେ ଦେଶ ପାଳିବାକୁ ଯାଉଛି ଦେଶର ପ୍ରଥମ ଗୃହମନ୍ତ୍ରୀ ତଥା ଲୌହପୁରୁଷ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ । ଏହି ଅବସରରେ ଘୋଷଣା ହେବ ଗୃହମନ୍ତ୍ରୀ ସ୍ପେଶାଲ ଅପରେସନ ମେଡାଲ-2022 (Union Home Minister's Special Operation Medal-2022) । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଏହି ଦିନ ଦେଶବ୍ୟାପୀ ଏକତା ଦୌଡ (ରନ ଫର ୟୁନିଟ) ଆୟୋଜନ ମଧ୍ୟ ହେବାକୁ ଯାଉଛି । ତେବେ ପୂର୍ବାହ୍ନରେ ଏହି ଆଓ୍ବାର୍ଡ ଘୋଷଣା କରାଯିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି (Sardar Vallabhbhai Patel birth anniversary)।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ପ୍ରଦାନ ହେବାକୁ ଥିବା ଏହି ଆଓ୍ବାର୍ଡରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ବଳ, କେନ୍ଦ୍ରୀୟ ପୋଲିସ ବଳ (CPOs), କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPFs)ର ଅଧିକାରୀ ଓ ଯବାନଙ୍କୁ ବିଭିନ୍ନ ଆହ୍ବାନପୂର୍ଣ୍ଣ ଅପରେସନରେ ଉଲ୍ଲେଖନୀୟ ସାହାସିକତା ପାଇଁ ଏହି ସମ୍ମାନଜନକ ଆଓ୍ବାର୍ଡରେ ସମ୍ମାନିତ କରାଯିବ । ଆତଙ୍କବାଦ ନିରୋଧୀ ଅପରେସନ, ସୀମା ସୁରକ୍ଷା ମିଶନ, ସଶସ୍ତ୍ର ବିଦ୍ରୋହ ଦମନ ଓ ନିଶା କାରବାର ରୋକିବା ଦିଗରେ ଗ୍ରହଣ କରାଯାଇଥିବା ମିଶନ ବା ଅପରେସନରେ ଅଂଶଗ୍ରହଣ କରି ଉଲ୍ଲେଖନୀୟ ସାହାସ ପ୍ରଦର୍ଶନ କରିଥିବା ଏହି ଅଧିକାରୀ ଓ କର୍ମଚାରୀଙ୍କୁ ଏହି ଆଓ୍ବାର୍ଡରେ କେନ୍ଦ୍ର ଗୃହମନ୍ତ୍ରୀ ସମ୍ମାନିତ କରିବେ ।

ତେବେ ଯୋଗ୍ୟ ଅଧିକାରୀ ଓ ଯବାନଙ୍କୁ ପୁରସ୍କାର ପାଇଁ ମନୋନୀତ କରିବା ପାଇଁ ଗୃହ ମନ୍ତ୍ରଣାଳୟ ଏକ କମିଟି ଗଠନ କରିଥିଲା । ଏହି କିମିଟିର ଅଧ୍ୟକ୍ଷତା କେନ୍ଦ୍ର ଗୃହ ସଚିବ କରୁଛନ୍ତି । ତେବେ ସମସ୍ତ ପ୍ରକ୍ରିୟା ପ୍ରୟତଃ ଶେଷ ହୋଇଛି । ସର୍ଦ୍ଦାର ଜୟନ୍ତୀର ପୂର୍ବାହ୍ନରେ ଏହି ଆଓ୍ବାର୍ଡ ଘୋଷଣା କରିବ କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସ୍ବାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ । 5 ଶହରୁ ଉର୍ଦ୍ଧ୍ବ ଗଡଜାତ ରାଜ୍ୟର ସମିଶ୍ରଣରେ ଅଖଣ୍ଡ ଭାରତ ନିର୍ମାଣରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details