ଓଡିଶା

odisha

ETV Bharat / bharat

ଆସିଲା ନୂଆ କୋଭିଡ ଗାଇଡଲାଇନ, ଏପ୍ରିଲ ପହିଲାରୁ ହେବ ଲାଗୁ

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଏପ୍ରିଲ ପହିଲାରୁ ଶେଷ ଯାଏଁ ଜାରି ରହିବ ଏହି ଗାଇଡଲାଇନ । ଅଧିକ ପଢନ୍ତୁ...

ଆସିଲା ନୂଆ କୋଭିଡ ଗାଇଡଲାଇନ, ଏପ୍ରିଲ ପହିଲାରୁ ହେବ ଲାଗୁ
ଆସିଲା ନୂଆ କୋଭିଡ ଗାଇଡଲାଇନ, ଏପ୍ରିଲ ପହିଲାରୁ ହେବ ଲାଗୁ

By

Published : Mar 23, 2021, 8:03 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଏପ୍ରିଲ ପହିଲାରୁ ଶେଷ ଯାଏଁ ଜାରି ରହିବ ଏହି ଗାଇଡଲାଇନ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କେନ୍ଦ୍ରଶାସିତ ଅଞ୍ଚଳ ଓ ରାଜ୍ୟରେ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ ଓ ଚିକିତ୍ସାର ପ୍ରୋଟୋକଲ କଡାକଡି ପାଳନ ହେବ ।

ସେହିପରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରଟିପିସିଆର ଟେଷ୍ଟ ବୃଦ୍ଧି କରାଯିବ । ସମସ୍ତ ଅଞ୍ଚଳରେ 70 ପ୍ରତିଶତ ହେବ ଆରଟିପିସିଆର ଟେଷ୍ଟିଂ । ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ପଜିଟିଭ ମାମଲାକୁ ଖୁବ ଶୀଘ୍ର ଟ୍ରେସିଂ କରି ଆଇସୋଲେଟ କରିବାର ଆବଶ୍ୟକତା ରହିଛି ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କଣ୍ଟେନମେଣ୍ଟ ଜୋନ ବାହାରେ ରେଳ, ବିମାନସେବା, ସ୍କୁଲ, କଲେଜ, ହୋଟେଲ, ରେସ୍ତୋରାଁ, ସପିଙ୍ଗ ମଲ, ପାର୍କ ଆଦି ଖୋଲା ରହିବ । ହେଲେ ସମସ୍ତ ସ୍ଥାନରେ କୋଭିଡ ନିୟମକୁ କଡାକଡି ପାଳନ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି ସରକାର ।

ପ୍ରୋଟୋକଲ ଆଧାରରେ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସୁଥିବା ବ୍ୟକ୍ତିଙ୍କୁ ସଙ୍ଗେସଙ୍ଗେ ଯାଞ୍ଚ କରାଯିବ । ସେମାନଙ୍କୁ ଆଇସୋଲେଟ କରାଯିବ । ସେହିପରି ସଂକ୍ରମିତ ମାମଲା ମୁତାବକ ସେମାନଙ୍କ ସମ୍ପର୍କରେ ଆସିଥିବା ରୋଗୀଙ୍କୁ ଟ୍ରେସ କରିବା ପରେ କଣ୍ଟେନମେଣ୍ଟ ଜୋନ ଗଠନ ହେବ ।

ସେପଟେ 30 ଏପ୍ରିଲ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ଉପରେ ପ୍ରତିବନ୍ଧକ ଜାରି ରହିଥିବ ।

ABOUT THE AUTHOR

...view details