ଓଡିଶା

odisha

ETV Bharat / bharat

ରୋହିଙ୍ଗ୍ୟାଙ୍କୁ ଆର୍ଥିକ ପଛୁଆ ବର୍ଗ ଫ୍ଲାଟରେ ଥଇଥାନ ପାଇଁ ଦିଆଯାଇନି ନିର୍ଦ୍ଦେଶ, ସ୍ପଷ୍ଟ କଲା ଗୃହ ମନ୍ତ୍ରଣାଳୟ - ରୋହିଙ୍ଗିୟାଙ୍କୁ ଆର୍ଥିକ ପଛୁଆ ବର୍ଗରେ ଫ୍ଲାଟ

ଦିଲ୍ଲୀରେ ରୋହିଙ୍ଗ୍ୟାଙ୍କୁ ଫ୍ଲାଟରେ ଥଇଥାନ ନେଇ କେନ୍ଦ୍ର ସରକାର ଦେଇ ନାହାନ୍ତି କୌଣସି ନିର୍ଦ୍ଦେଶ । ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରସାରଣ ପରେ ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ଗୃହମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ରୋହିଙ୍ଗିୟାଙ୍କୁ ଆର୍ଥିକ ପଛୁଆ ବର୍ଗ ଫ୍ଲାଟରେ ଥଇଥାନ ପାଇଁ ଦିଆଯାଇନି ନିର୍ଦ୍ଦେଶ, ସ୍ପଷ୍ଟ କଲା ଗୃହ ମନ୍ତ୍ରଣାଳୟ
ରୋହିଙ୍ଗିୟାଙ୍କୁ ଆର୍ଥିକ ପଛୁଆ ବର୍ଗ ଫ୍ଲାଟରେ ଥଇଥାନ ପାଇଁ ଦିଆଯାଇନି ନିର୍ଦ୍ଦେଶ, ସ୍ପଷ୍ଟ କଲା ଗୃହ ମନ୍ତ୍ରଣାଳୟ

By

Published : Aug 17, 2022, 7:38 PM IST

ନୂଆଦିଲ୍ଲୀ: ଦିଲ୍ଲୀର ବକ୍କରଓ୍ବାଲାରେ ଥିବା ରୋହିଙ୍ଗ୍ୟାଙ୍କୁ ଆର୍ଥିକ ପଛୁଆ ବର୍ଗରେ କୌଣସି ଫ୍ଲାଟରେ ଥାଇଥାନ କରିବାକୁ ନିର୍ଦ୍ଦେଶ ଦିଆ ଯାଇନାହିଁ (no flats to Rohingyas) । ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରସାରିତ ହେବା ପରେ ଆଜି (ବୁଧବାର) ଏପରି ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ତେବେ କେନ୍ଦ୍ର ସରକାର ଉକ୍ତ ରୋହିଙ୍ଗ୍ୟାଙ୍କୁ ଥାଇଥାନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରି ସାରିଥିବା କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ସାମ୍ନାକୁ ଆସିଛି । ଏନେଇ ଗୃହ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ସ୍ପଷ୍ଟୀକରଣର ଏକ ଟ୍ବଟ ଶୃଙ୍ଖଳାରେ ଗୃହ ମନ୍ତ୍ରଣାଳୟ କହିଛି, ଦିଲ୍ଲୀରେ ଥିବା ରୋହିଙ୍ଗ୍ୟା (Rohingyas issue in india) ଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଦିଲ୍ଲୀ ସରକାର କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଥିଲା । ତେବେ ଏହି ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଣାଳୟ ବିଚାର ଆରମ୍ଭ କରବା ସହ ଦିଲ୍ଲୀ ସରକାର (GNCTD) ଙ୍କୁ ନିର୍ଦ୍ଦେଶ ମଧ୍ୟ ପ୍ରଦାନ କରିଛି । ଏହି ରୋହିଙ୍ଗ୍ୟାମାନେ ଆସିଥିବା ଦେଶକୁ ସେମାନଙ୍କୁ ଫେରାଇ ଦିଆଯିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ମିଳିତ ଭାବେ ପ୍ରକ୍ରିୟା ଜାରି ରଖିଛି ଗୃହ ମନ୍ତ୍ରଣାଳୟ ।

ସେପର୍ଯ୍ୟନ୍ତ ଏହି ଅନୁପ୍ରବେଶକାରୀମାନେ ଏଠାରେ ହିଁ ରହିବା ନେଇ ଦିଲ୍ଲୀ ସରକାରଙ୍କୁ କହିଛି କେନ୍ଦ୍ର । ତେବେ ସେମାନେ ସେମାନଙ୍କ ଦେଶକୁ ଫେରିବା ପର୍ଯ୍ୟନ୍ତ ସେମାନେ ରହୁଥିବା ସ୍ଥାନକୁ ଡିଟେକସନ ସେଣ୍ଟର ଘୋଷଣା କରିବା ପାଇଁ ଦିଲ୍ଲୀ ସରକାରଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଦେଇଥିଲା । ତେବେ ଦିଲ୍ଲୀ ସରକାର ଏପର୍ଯ୍ୟନ୍ତ ସେପରି କିଛି କରିନାହାନ୍ତି ବୋଲି କେନ୍ଦ୍ର କହିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦିଲ୍ଲୀରେ ଟେଣ୍ଟରେ ରହୁଥିବା ପ୍ରାୟ 11 ଶହ ରୋହିଙ୍ଗିୟାଙ୍କୁ ଆର୍ଥିକ ପଛୁଆ ବର୍ଗରେ ଫ୍ଲାଟରେ ଥଇଥାନ କରିବା ପାଇଁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ମିଳିଥିବା ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ କେନ୍ଦ୍ର ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି (center in Rohingya issue) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details