ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ପାଇଁ ସିଆଇଏସଏଫରେ ନିଯୁକ୍ତି ସୁଯୋଗ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପୂର୍ବ ଅଗ୍ନିବୀରଙ୍କ ପାଇଁ କେନ୍ଦ୍ରୀୟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବା ସିଆଇଏସଏଫରେ ଖାଲି ଥିବା ପଦବୀ ପାଇଁ ନିଯୁକ୍ତି ସୁଯୋଗ ଆଣିଛନ୍ତି । ସେମାନଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି । ବୟସ ସୀମାରେ ମଧ୍ୟ କୋହଳ କରାଯାଇଛି । ସପ୍ତାହ ତଳେ ବିଏସଏଫରେ ଅଗ୍ନିବୀରଙ୍କ ପାଇଁ ଏହି ପଦକ୍ଷେପ ଗ୍ରହଣ କରିଥିଲେ ଗୃହ ମନ୍ତ୍ରଣାଳୟ ।
କେନ୍ଦ୍ରୀୟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଅଧିନିୟମ 1968 ଅଧୀନରେ ତିଆରି ହୋଇଥିବା ନିୟମରେ ସଂଶୋଧନ ପରେ ସୂଚନା ଜରିଆରେ ଏହି ଘୋଷଣା କରାଯାଇଛି । ପୂର୍ବ ଅଗ୍ନିବୀରଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣ ରହିବ । ପୂର୍ବ ଅଗ୍ନିବୀର ପ୍ରଥମ ବ୍ୟାଚ ଆଶାୟୀଙ୍କ ପାଇଁ ସମୟସୀମା 5 ବର୍ଷ ଯାଏଁ ଓ ଅନ୍ୟ ବ୍ୟାଚ ଆଶାୟୀଙ୍କ ପାଇଁ 3 ବର୍ଷ ବୟସସୀମା କୋହଳ କରାଯିବ । ମନ୍ତ୍ରଣାଳୟ ଆହୁରି କହିଛି, ପୂର୍ବ ଅଗ୍ନିବୀରଙ୍କ ଶାରୀରିକ ଦକ୍ଷତା ପରୀକ୍ଷାରେ ମଧ୍ୟ କୋହଳ ବ୍ୟବସ୍ଥା ରହିଛି ।
କେନ୍ଦ୍ର ମନ୍ତ୍ରଣାଳୟ ଗତବର୍ଷ 14 ଜୁନରେ ସ୍ଥଳ, ନୌସେନା ଏବଂ ବାୟୁସେନାରେ 17ରୁ 21 ବର୍ଷ ବୟସ ଯୁବକଙ୍କୁ ସେନାରେ ଭର୍ତ୍ତି କରିବାକୁ ଅଗ୍ନିପଥ ଯୋଜନା ଆରମ୍ଭ କରିଥିଲେ । ଯୋଜନା ଆଧାରରେ ଭର୍ତ୍ତି ସମସ୍ତ ଅଗ୍ନିବୀର ଅନୁସାରେ ପରିଚୟ ପାଇବେ । 4ବର୍ଷ କାର୍ଯ୍ୟକାଳ ଶେଷ ହେବା ପରେ 25 ପ୍ରତିଶତ ନିଯୁକ୍ତିରେ ପ୍ରତି ବ୍ୟାଚରୁ ନିୟମିତ ସେବା ପ୍ରଦାନ କରାଯିବ । ଏହା ଯୋଜନା ପରେ ଏହାକୁ ବିରୋଧ କରି ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ।
ସେହି ସମୟରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ଏବଂ ଆସାମ ରାଇଫଲରେ 10 ପ୍ରତିଶତ ଓ 75 ପ୍ରତିଶତ ଅଗ୍ନିବୀରଙ୍କ ପାଇଁ ସଂରକ୍ଷିତ କରାଯାଇଛି । ପୂର୍ବ ଅଗ୍ନିବୀର ପ୍ରଥମ ବ୍ୟାଚଙ୍କ ପାଇଁ ବୟସ ସୀମା 5 ବର୍ଷ ଯାଏଁ ଅନ୍ୟ ବ୍ୟାଚ ପାଇଁ 3 ବର୍ଷ କୋହଳ କରିଥିଲେ । ଏହାବ୍ୟତୀତ ଶାରିରୀକ ଦକ୍ଷତା ପରୀକ୍ଷାରେ ମଧ୍ୟ କୋହଳ କରାଯାଇଥିଲା । ପୂର୍ବରୁ ବିଏସଏଫରେ ମଧ୍ୟ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଥିଲେ ।
ସିଆଇଏସଏଫ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କାରିଥାଏ । ଏହା ଦେଶର ଏକ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ଏବଂ ଭାରତର 6ଟି ପାରାମିଲିଟାରୀ ଫୋର୍ସ ମଧ୍ୟରୁ ଅନ୍ୟତମ । 1969 ମାର୍ଚ୍ଚ 10 ତାରିଖରେ ଭାରତ ସଂସଦର ଅଧିନିୟମ ଅନୁଯାୟୀ CISF ପ୍ରତିଷ୍ଠା କରାଯାଇଥିଲା । ଗତ ମାର୍ଚ୍ଚ 10 ତାରିଖରେ 54ତମ CISF ରାଇଜିଂ ଦିବସ ପାଳନ ହୋଇଥିଲା ।