ଓଡିଶା

odisha

ETV Bharat / bharat

ଲେମ୍ବୁବୁଦାରୁ ବିରଳ ମହିଳା ପ୍ରତିମୂର୍ତ୍ତି ଠାବ କଲେ ମେକ୍ସିକୋ କୃଷକ - ମେକ୍ସିକୋରେ ବିରଳ ମହିଳା ପ୍ରତିମୂର୍ତ୍ତି ଠାବ

ମେକ୍ସିକୋରେ ଏକ ଲେମ୍ବୁବୁଦାରୁ କୃଷକମାନେ ବିରଳ ମହିଳା ପ୍ରତିମୂର୍ତ୍ତିକୁ ଠାବ କରିଛନ୍ତି । ଅଧିକ ପଢନ୍ତୁ...

Mexican farmers find rare female statue in citrus grove
ଲେମ୍ବୁବୁଦାରୁ ବିରଳ ମହିଳା ପ୍ରତିମୂର୍ତ୍ତି ଠାବ କଲେ ମେକ୍ସିକୋ କୃଷକ

By

Published : Jan 9, 2021, 5:46 PM IST

ମେକ୍ସିକୋ: ଉତ୍ତର ଆମେରିକାର ଦକ୍ଷିଣାଞ୍ଚଳରେ ଥିବା ମେକ୍ସିକୋ ଦେଶରେ କୃଷକମାନେ ଲେମ୍ବୁଗଛର ବୁଦା ଖୋଳୁଥିବାବେଳେ ଏକ ପ୍ରାଚୀନ ମହିଳା ପ୍ରତିମୂର୍ତ୍ତିକୁ ଠାବ କରିଛନ୍ତି । ତେବେ ଏହି ମୂର୍ତ୍ତିର ଉଚ୍ଚତା ପ୍ରାୟ 8 ଫୁଟ ହୋଇଥିବାବେଳେ ଏହା କୌଣସି ଦେବୀ କିମ୍ବା ସମ୍ଭ୍ରାନ୍ତ ମହିଳାଙ୍କ ପ୍ରତିମୂର୍ତ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଲେମ୍ବୁବୁଦାରୁ ବିରଳ ମହିଳା ପ୍ରତିମୂର୍ତ୍ତି ଠାବ କଲେ ମେକ୍ସିକୋ କୃଷକ

ଏହି ପ୍ରତିମୂର୍ତ୍ତିରେ ମହିଳାଙ୍କର ଘନ କେଶ ଏବଂ ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏହା ପ୍ରାୟ 1450ରୁ 1521 ବର୍ଷର ପ୍ରତିମୂର୍ତ୍ତି ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ମୂର୍ତ୍ତୀ ମିଳିଥିବା ସ୍ଥାନଟି ଏଲ୍ ତାଜିନର ପୂର୍ବ-ହିସପାନିକ୍ ଧ୍ବଂସ ସ୍ଥାନର ନିକଟବର୍ତ୍ତୀ ହୋଇଥିବାବେଳେ ଏହି ପ୍ରତିମୂର୍ତ୍ତି ଆଜ୍ଟେକ୍ସ(ଷୋଡଶ ଶତାବ୍ଦୀର ସ୍ପେନୀୟ ପରାଜୟ ପୂର୍ବରୁ ମେକ୍ସିକୋରେ ପ୍ରାଧାନ୍ୟ ବିସ୍ତାର କରିଥିବା ଆଦିବାସୀ)ଙ୍କ କିଛି ପ୍ରଭାବ ଦର୍ଶାଉଛି ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।

ଲେମ୍ବୁବୁଦା ଖୋଳୁଥିବା କୃଷକମାନେ ଏହାକୁ ନୂଆ ବର୍ଷରେ ପାଇଥିଲେ ଏବଂ ଶୀଘ୍ର ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତେବେ ଯେଉଁ ସ୍ଥାନରୁ ଏହି ପ୍ରତିମୂର୍ତ୍ତି ଠାବ ହୋଇଛି, ତାହା ପୂର୍ବରୁ ଏକ ପ୍ରତ୍ନତାତ୍ତ୍ବିକ ବା ଆରକିଓଲୋଜିକାଲ ସ୍ଥାନ ନୁହେିଁ । ପଥର ମୂର୍ତ୍ତିଟି ହୁଏତ କିଛି ଅଜ୍ଞାତ ମୂଳସ୍ଥାନରୁ ଏଠାକୁ ସ୍ଥାନାନ୍ତରିତ ହୋଇଥାଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ମୂର୍ତ୍ତିଟିରେ ଥିବା ମହିଳାଙ୍କ ବେଶପୋଷାକକୁ ଅନୁଧ୍ୟାନ କରିବା ପରେ ଏହା ଶାସନ କରୁଥିବା କୌଣସି ବଂଶର ମହିଳା ବୋଲି ସ୍ଥାନୀୟ ଏକ ଅନୁଷ୍ଠାନର ବିଶେଷଜ୍ଞ ମାରିଆ ଇଉଜେନିଆ ମାଲଡୋନାଡୋ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details