ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ଆଉ ଟିକେ ଅଧିକ ଗୁରୁତ୍ବ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ତାଙ୍କ କାରକେଡରେ ସାମିଲ କରାଯାଇଛି ୧୨ କୋଟିରୁ ଅଧିକ ଟଙ୍କାର ଏକ ନୂଆ କାର ମର୍ସିଡିଜ ମେବ୍ୟାକ ଏସ୍୬୫୦ ଗାର୍ଡ (Mercedes-Maybach S650 added PM Narendra Modi's cavalcade )। ଏହାକୁ ପ୍ରଧାନମନ୍ତ୍ରୀ ମୋଦି ବ୍ୟବହାର ମଧ୍ୟ କରୁଛନ୍ତି ।
ମୋଦିଙ୍କ କାରକେଡରେ ସାମିଲ ୧୨ କୋଟିର ମର୍ସିଡିଜ କାର, ଜାଣନ୍ତୁ କଣ ରହିଛି ଫଚର୍ସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ଆଉ ଟିକେ ଅଧିକ ଗୁରୁତ୍ବ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ତାଙ୍କ କାରକେଡରେ ସାମିଲ କରାଯାଇଛି ୧୨ କୋଟିରୁ ଅଧିକ ଟଙ୍କାର ଏକ ନୂଆ କାର ମର୍ସିଡିଜ ମେବ୍ୟାକ ଏସ୍୬୫୦ ଗାର୍ଡ (Mercedes-Maybach S650 added PM Narendra Modi cavalcade) । ଅଧିକ ପଢନ୍ତୁ
ଡିସେମ୍ବର ୬ରେ ଭାରତ ଗସ୍ତରେ ଆସିଥିବା ଋଷ ରାଷ୍ଟ୍ରପତି ଭ୍ଲାଦିମିନ ପୁଟିନଙ୍କୁ ସ୍ବାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି କାରରେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପହଞ୍ଚିଥିଲେ । ଏହା ପୂର୍ବରୁ ଅତ୍ୟାଧୁନିକ ସୁରକ୍ଷା ଉପକରଣ ଖଞ୍ଜାଥିବା ରୋଭର ବଗ ଏବଂ ଟୟୋଟା ଲ୍ୟାଣ୍ଡ କ୍ରୁଜର ଗାଡି ବ୍ୟବହାର କରି ଆସୁଥିଲେ । ନୂଆ କାର ମର୍ସିଡିଜ ମେବ୍ୟାକ ଏସ୍୬୫୦ ଗାର୍ଡକୁ ବିଶ୍ବର ସବୁଠାରୁ ସୁରକ୍ଷିତ କାର ମଧ୍ୟରେ ଗଣାଯାଉଛି । ଏହି କାର କାଚ ଓ ବଡି ଏତେ ଶକ୍ତ ଯେ ଏକ-୪୭ ଗୁଳି ଭେଦ କରିପାରିବ ନାହିଁ । ଏହାସହ ୧୫ କିଲୋଗ୍ରାମର ଟିଏମଟି ବିସ୍ଫୋରଣ ମଧ୍ୟ କିଛି କ୍ଷତି କରିପାରିବ ନାହିଁ ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବ୍ୟବହାର କରୁଥିବା ଗାଡି ବଷ୍ଟଠାରୁ ବି ଅଧିକ ଉନ୍ନତ ବୋଲି କୁହାଯାଉଛି । ଏହି କାରରେ ଭିଆର ୧୦ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି । କାର କାଚର ଭିତର ପଟୁ ପଲିକାର୍ବୋନେଟ କୋଚିଂ ରହିଛି । ଯଦି ଗ୍ୟାସରେ କାର ଉପରେ ଆକ୍ରମଣ ହୁଏ ତେବେ ଭିତରେ ଏକ ଭିନ୍ନ ହାୱା ସୃଷ୍ଟି ହେବ ।