ଓଡିଶା

odisha

ETV Bharat / bharat

କୋଭିଡ ପରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ହିଁ ପରବର୍ତ୍ତୀ ମହାମାରୀ - Mental health problems to be next pandemic after Covid

ବୈଶ୍ୱିକ କୋଭିଡ -୧୯ ସଂକଟ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ସମସ୍ୟା ହିଁ ପରବର୍ତ୍ତୀ ମହାମାରୀ । ବାର୍ସେଲୋନା ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ହେଲଥ ( ଆଇଏସଗ୍ଲୋବାଲ ) ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣାପଡିଛି ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ମଲଟିପଲ୍ ମେକାନିଜମ ଦ୍ୱାରା ବାରମ୍ବାର ଆକ୍ରମଣର ଶିକାର ହେଉଛି ।

କୋଭିଡ ପରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ହିଁ ପରବର୍ତ୍ତୀ ମହାମାରୀ
କୋଭିଡ ପରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ହିଁ ପରବର୍ତ୍ତୀ ମହାମାରୀ

By

Published : Apr 7, 2021, 10:41 PM IST

ବୈଶ୍ୱିକ କୋଭିଡ -୧୯ ସଂକଟ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ସମସ୍ୟା ହିଁ ପରବର୍ତ୍ତୀ ମହାମାରୀ । ବାର୍ସେଲୋନା ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ହେଲଥ ( ଆଇଏସଗ୍ଲୋବାଲ ) ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣାପଡିଛି ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ମଲଟିପଲ୍ ମେକାନିଜମ ଦ୍ୱାରା ବାରମ୍ବାର ଆକ୍ରମଣର ଶୀକାର ହେଉଛି । ଏହାର ମୁକାବିଲା ପାଇଁ ଜରୁରୀ ପଦକ୍ଷେପ ଦରକାର ବୋଲି ଆଇଏସଗ୍ଲୋବାଲର ଅଧ୍ୟୟନ ସହ ସଂପୃକ୍ତ ଗବେଷକଙ୍କ ଉକ୍ତିକୁ ଉଦ୍ଧାର କରି ଜିନହୁଆ ସମ୍ବାଦ ସରବରାହ ସଂସ୍ଥା ପ୍ରକାଶ କରିଛି ।

ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଜନିତ ଖର୍ତ୍ତ ବର୍ଷକୁ ଏକ ଟ୍ରିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି । ତେବେ ବିଡମ୍ବନାର ବିଷୟ ହେଉଛି ଯେ, ମାନସିକ ରୋଗରେ ପୀଡିତ ୮୫ ପ୍ରତିଶତ ରୋଗୀ ଗରିବ ଓ ମଧ୍ୟମ ଚିକିତ୍ସା ସୁବିଧା ପାଇନାହାନ୍ତି । ଏହାଦ୍ୱାରା ଏକ ଅଦ୍ଭୂତପୂର୍ବ ବିଶ୍ୱ ସଂକଟ ସୃଷ୍ଟି ହୋଇଛି ବୋଲି ଗବେଷକମାନେ କହିଛନ୍ତି ।

କୋଭିଡ-୧୯ ମହାମାରୀ ଲୋକଙ୍କ ସ୍ୱାସ୍ଥ୍ୟକୁ ତ ପ୍ରଭାବିତ କରିଛି । ଏଥିସହ ଲୋକଙ୍କ ବ୍ୟକ୍ତିଗତ ଲକ୍ଷ୍ୟ, ସେମାନଙ୍କ ପାରିବାରିକ ବ୍ୟାପାର, କାର୍ଯ୍ୟସ୍ଥଳୀ ଓ ଅର୍ଥନୈତିକ ସ୍ଥିରତାକୁ ବି ପ୍ରଭାବିତ କରିଛି ମହାମାରୀ । ପରିବାରର ସଂଶୋଧିତ ଭୂମିକା, ଘରୋଇ ହିଂସା, ପୃଥକବାସ, ଏକାକୀତ୍ୱ , ପରିବାରର କୌମସ ସଦସ୍ୟ ଓ ବନ୍ଧୁଙ୍କ ବିୟୋଗରେ ଶୋକ ଭଳି କାରଣ ଯୋଗୁଁ ବି ସଂକଟ ଗଭୀର ହୋଇଛି । ଏହାଛଡା ସ୍ୱାଭାବିକ ବ୍ୟଗ୍ରତା, ପେଷାଦାର କ୍ଲାନ୍ତି ଓ ପୋଷ୍ଟ ଟ୍ରମାଟିକ ଷ୍ଟ୍ରେସ ଦ୍ୱାରା ବି ସଂକଟ ଘନୀଭୂତ ହୋଇଛି ।

ଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡ-୧୯ରେ ଆକ୍ରାନ୍ତ ୩୦ରୁ ୬୦ ପ୍ରତିଶତ ରୋଗୀଙ୍କ କେନ୍ଦ୍ରୀୟ ଓ ପେରିଫେରାଲ୍ ସ୍ନାୟୁ ପ୍ରଣାଳୀ ପ୍ରଭାବିତ ହୋଇଥିବାରୁ ଆହୁରି ଅନେକ ସମସ୍ୟା ସୃଷ୍ଟି ହୋଇଛି ।

ଡେଲିରିୟମ ହେଉଛି କୋଭିଡ-୧୯ ରୋଗୀମାନେ ସାମନା କରୁଥିବା ସବୁଠାରୁ ନିୟମିତ ଓ ଉତ୍କଟ ନ୍ୟୁରୋସାଇକ୍ରିୟାଟିକ୍ ସିଂଡ୍ରୋମରେ ପୀଡିତ । ଅବସାଦ ଓ ବ୍ୟଗ୍ରତା ପରି ସ୍ଥିତିର ବି ସେମାନେ ସାମନା କରିଥାନ୍ତି ।

ମହାମାରୀରୁ ଉତ୍ପନ୍ନ ବେରୋଜଗାରୀ, ନିକଟ ସଂପର୍କିୟଙ୍କ ମୃତ୍ୟୁ, ଏକାକୀତ୍ୱ ଭଳି ସମସ୍ୟାର ସମାଧାନ ପାଇଁ ସାମାଜିକ ସୁରକ୍ଷା କୌଶଳ ଆପଣାଇବାକୁ ଆଇଏସଗ୍ଲୋବାଲ ଆହ୍ୱାନ ଦେଇଛି ।

For All Latest Updates

TAGGED:

ABOUT THE AUTHOR

...view details