ପାଟନା:ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ ଫେକ୍ ଟ୍ବିଟର ଆକାଉଣ୍ଟ । ଦୁଇ ଜଣଙ୍କ ବିରୁଦ୍ଧରେ ଏତଲା ଦାୟର କଲା ପୋଲିସ । ସମ୍ପୃକ୍ତ ଅଭିଯୁକ୍ତମାନେ ଅମିତ ଶାହାଙ୍କ ନାଁରେ ଫେକ୍ ଟ୍ବିଟର ଆକାଉଣ୍ଟ ଖୋଲି ସେଥିରୁ ବିହାରର ବୈକୁଣ୍ଠପୁର ବିଧାୟକ ମିଥିଲେଶ ତିୱାରୀଙ୍କ(Mithilesh Tiwari) ବିରୁଦ୍ଧରେ ଆପତ୍ତିଜନକ ଟ୍ବିଟ୍ କରିଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି ।
ଯାହା ସୂଚନା ରହିଛି, ଅଭିଯୁକ୍ତ ନିଜକୁ ଅମିତ ଶାହା ଦର୍ଶାଇ ଟ୍ବିଟ୍ କରିଥିଲା ଯେ, ''ବିହାର ରାଜ୍ୟ ଉପସଭାପତି(ମିଥିଳେଶ ତିୱାରୀ) ସୁଧୁରି ଯାଆନ୍ତୁ, ନଚେତ୍ ମୋତେ ଗୋପାଳଗଞ୍ଜ ମାଟିରେ ଓହ୍ଲାଇବାକୁ ପଡିବ । ଯାହାକି ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଠିକ୍ ହେବ ନାହିଁ । ବିଧାୟକ ରାମପ୍ରବେଶ ମଧ୍ୟ ସହ୍ୟ କରିବାର ଏକ ମେଡିସିନ ଖାଇ ନିଅନ୍ତୁ ।'' ସେହିପରି ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ମିଥିଲେଶ ତିୱାରୀଙ୍କ ଟ୍ବିଟର ଆକାଉଣ୍ଟରୁ ମଧ୍ୟ ଶାହାଙ୍କ ବିରୁଦ୍ଧରେ ଖରାପ କମେଣ୍ଟ କରାଯାଇଥିଲା ।