ଓଡିଶା

odisha

ETV Bharat / bharat

ରାଷ୍ଟ୍ରପତି ମୁର୍ମୁଙ୍କ ପରିବାର ଲୋକ ବୁଲିଲେ ରାମୋଜୀ ଫିଲ୍ମ ସିଟି, କହିଲେ ପୁଣିଥରେ ଆସିବେ

ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ପରିବାର ଲୋକ ପରିଦର୍ଶନ କଲେ ରାମୋଜୀ ଫିଲ୍ମ ସିଟି (Ramoji Film City)। ଅଧିକ ପଢନ୍ତୁ

By

Published : Dec 30, 2022, 10:12 PM IST

Ramoji Film City
Ramoji Film City

ହାଇଦ୍ରାବାଦ: ଆଜି (ଶୁକ୍ରବାର) ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ପରିବାର ଲୋକ ପରିଦର୍ଶନ କରିଛନ୍ତି ରାମୋଜୀ ଫିଲ୍ମ ସିଟି (Ramoji Film City) । ରାଷ୍ଟ୍ରପତିଙ୍କ ପରିବାର ସଦସ୍ୟ ରାମୋଜୀରେ ଥିବା ପ୍ରିନ୍ସ ଷ୍ଟ୍ରିଟ୍, ୟୁରେକା ଅଞ୍ଚଳ, ମାହିଷ୍ମତି ସାମ୍ରାଜ୍ୟ ସେଟ( ଯେଉଁଠାରେ ବାହୁବଳୀ ଫିଲ୍ମର ସୁଟିଂ କରାଯାଇଥିଲା), ପକ୍ଷୀ ପାର୍କ, ଭାଗବତମ୍ ସେଟ୍, ବିମାନବନ୍ଦର ଇତ୍ୟାଦି ପରିଦର୍ଶନ କରିଥିଲେ ।

ଏଥିସହ ସେମାନେ ରାମୋଜୀ ଚଳଚ୍ଚିତ୍ର ମ୍ୟାଜିକ୍, ସ୍ପେସ୍ ଯାତ୍ରା, ଫିଲ୍ମିଦୁନିଆ ଏବଂ ସ୍ପିରିଟ୍ ଅଫ୍ ରାମୋଜି ଶୋ କୁ ଉପଭୋଗ କରିଥିଲେ ଯାହା ଏକ ନୂତନ ଅନୁଭୂତି ଦେଇଥିଲା ​​। ଏନେଇ ରାଷ୍ଟ୍ରପତିଙ୍କ ଜ୍ବାଇଁ ଗଣେଶ ଚନ୍ଦ୍ର ହେମ୍ବ୍ରମ, ପରିବାରର ଅନ୍ୟ ସଦସ୍ୟ ଏବଂ ନାତିମାନେ ବିଭିନ୍ନ ସ୍ଥାନ ବୁଲି ଫଟୋ ଉଠାଇଥିଲେ। ଏଥିସହ ସେମାନଙ୍କ ସହିତ ଯୋଗାଯୋଗ ଅଧିକାରୀ ରଚନା ଓ ଅନ୍ୟ ଅଧିକାରୀଙ୍କର ଏକ ଟିମ ମଧ୍ୟ ଥିଲା ।

ଏହି ଯାତ୍ରାକୁ ନେଇ ରାଷ୍ଟ୍ରପତିଙ୍କ ଜ୍ବାଇଁ ଗଣେଶ ଚନ୍ଦ୍ର ହେମ୍ବ୍ରମ କହିଛନ୍ତି, "ଏହା ଏକ ଏମିତି ସ୍ଥାନ ଯେଉଁଠାକୁ ଲୋକମାନେ ବାରମ୍ବାର ଆସିବାକୁ ପସନ୍ଦ କରନ୍ତି । ମତେ ମଧ୍ୟ ଏହି ସ୍ଥାନକୁ ପ୍ରତିବର୍ଷ ଆସିବାକୁ ଇଚ୍ଛା ହେଉଛି । ଏଥିସହିତ ଏହି ସ୍ଥାନର ସୁନ୍ଦର ବଗିଚା, ବାହୁବଳୀ ସେଟ , ପକ୍ଷୀ ପାର୍କ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଭଲ ଥିଲା । ପୁଣି ଥରେ ସୁଯୋଗ ମିଳିଲେ ଆସିବୁ ।"

ABOUT THE AUTHOR

...view details